ତାଳଚେର ସଂଗ୍ରାମୀ ପୀଠରୁ ଭୂବନେଶ୍ୱରରେ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ମାଟିଗଲା

Straight to the Point

ତାଳଚେର: ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସ୍ମୃତିସ୍ତମ୍ଭ ଗୁଡିକ ବ୍ରିଟିଶ ସମୟରେ ଗୁଳି ମାଡରେ ଶହିଦ ହୋଇଥିବା ସଂଗ୍ରାମୀ ମାନଙ୍କର । ସହିଦ୍ ବୀରପୁତ୍ର ମାନଙ୍କର ନାମ ଉଲ୍ଲେଖ ଅଛି । ରାଜ୍ୟ ସରକାର ଏକ ୫୦/୬୦ ଫୁଟର ସ୍ମୃତି ସ୍ତମ୍ଭ ରାଜଧାନୀରେ ନିର୍ମାଣ କରିବେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରତ୍ୟେକ କୋଣରେ ସହିଦ୍ ହୋଇଥିବା ବୀର ପୁତ୍ରଙ୍କର ମାଟି ଆସିବ । ତାଳଚେର ସ୍ମୃତି ସ୍ତମ୍ଭରୁ ମାଟି ନେବା ପାଇଁ ଦେବଗଡର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ରବି ପାଣିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ରବିବାର ଦିନ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ, ସହିଦ୍ ହୋଇଥିବା ବୀରପୁତ୍ରଙ୍କର ଦାୟଦ ମାନେ, ସାମ୍ବାଦିକ (ଦେବୀ ମିଶ୍ର, ପ୍ରକାଶ ସାହୁ, ଦୀପକ ପ୍ରଧାନ, ସରୋଜ ମହାପାତ୍ର, ବିରଜା ମିଶ୍ର, ସୌଭାଗ୍ୟ ମହାରଣା, ତପନ ମହାରଣା, ବିଜୟ ଦେବତା, ଭାଗ୍ୟରଥି ମହାପାତ୍ର, ଅଜିତ୍ ବେହେରା, ପ୍ରିୟ ମାଧବ ଦାସ ଓ ବିଭିନ୍ନ ଟିଭି ନିୟୁଜ୍ ଚ୍ୟାନେଲର ପ୍ରତିନିଧି), ସରକାରୀ ଓକିଲ ସର୍ଦ୍ଦାର ରାଜେନ୍ଦ୍ର ସିଂ, ଅଜୟ ମିଶ୍ର, ହରେକୃଷ୍ଣ ପାତ୍ର, ଅକ୍ଷୟ ମହାନ୍ତି ସ୍ମୃତି କମିଟିର ଆବାହକ ଜିତେନ୍ଦ୍ର ମହାପାତ୍ର, ସା ସଂପାଦକ ସିତିକାନ୍ତ ବାରିକ, ଜ୍ଞାନ ରଞ୍ଜନ ସାହୁ, ଏବଂ ଶିକ୍ଷା ବିତ୍ ବିଭୁତି ମିଶ୍ର ଉପସ୍ଥିତ ରହି ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ଆସିଥିବା ସୁସର୍ଜିତ ରଥରେ ମାଟି ଦେଇ ପଠାଇଥିଲେ ।

error: Thank You Keep Visiting