ହାତଗୁଞ୍ଜା ଦେଲେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ

Straight to the Point

ଜଳେଶ୍ୱର: ହାତଗୁଂଜା ଦେଇ ପାରୁ ନ ଥିବାରୁ ମତେ ମିଳୁନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହଟିଏ । ଏହା ହେଉଛି ଜଳବନ୍ଦି ହୋଇ ରହିଥିବା ଜଣେ ଗରିବ ଲୋକର ଅନ୍ତରର କଥା । ଜଳେଶ୍ୱର ମୁନିସିପାଲିଟୀର ୱାର୍ଡ ନଂ୪ ରେ ରହୁଥିବା ସେକ ଆଶା ଉଦ୍ଦିନଙ୍କ ପୁତ୍ର ସେକ ଇବ୍ରାହୀମ ନିଜର ୭୨ ବର୍ଷର ରୁଗୁଣା ବିଧବା ମାତାଙ୍କ ସହ ସ୍ତ୍ରୀ ଓ ଦୁଇ ସଂନ୍ତାନ (ଜଣେ ପୁଅ ଜଣେ ଝିଅ) କୁ ନେଇ ଏକ ଜଳବନ୍ଦୀ ଘରେ ଦୀର୍ଘ ଦିନଧରି ରହିଆସୁଛନ୍ତି । ନିଚା ଜାଗାରେ ଘରଟି ହୋଇଥିବାରୁ ବର୍ଷା ଦିନରେ ଘର ଭିତରେ ମଧ୍ୟ ପାଣି ସନ୍ତସନ୍ତ । ଘର ବାହାରକୁ ବାହାରି ସଡକକୁ ଆସିବାକୁ ହେଲେ ବାଉଁଷ ପକାଇ ବହାରିବାକୁ ପଡୁଛି । ବହୁ କଷ୍ଟରେ ଚଳୁଥିବା ବେଳେ ସରକାରଙ୍କ ତରଫରୁ ମିଳିବାକୁ ଥିବା ପ୍ରଧାନମନ୍ତ୍ରୀ ଆବାସ ଘରଟିଏ ପାଇଁ ଆଶା କରିଥିଲେ । ଆଜିକୁ ୧ ବର୍ଷ ପୁର୍ବରୁ ଏହି ଯୋଜନାରେ ତାଙ୍କୁ ଅର୍ନ୍ତଭୂକ୍ତ କରାଯାଇଥିଲା । ଜଳେଶ୍ୱର ମୁନିସିପାଲିଟୀ ତରଫରୁ ଏଥିପାଇଁ ତଦାରଖ କରାଯାଇଛି । ଏ ବିଷୟରେ ଇବ୍ରାହୀମ ମୁନିସିପାଲିଟୀକୁ ବାରଂବାର ଦୈାଡୁଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଘରଟିଏ ମିଳି ପାରିନାହିଁ । ଶେଷରେ ଏକ ଲିଖିତ ଅଭିଯୋଗ ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଜଳେଶ୍ୱର ମୁନିସିପାଲିଟୀର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି ।

error: Thank You Keep Visiting