ତାଳଚେର ଓକିଲ ସଂଘ ନିର୍ବାଚନ:ଦୟାସାଗର ସଭାପତି ଓ ବିରଞ୍ଚି ସାଧାରଣ ସଂପାଦକ

Straight to the Point

ତାଳଚେର: ତାଳଚେର ଓକିଲ ସଂଘର ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ଦୟାସାଗର ମିଶ୍ର ଓକିଲ ସଂଘର ସଭାପତି ଓ ବିରଞ୍ଚି ନାରାୟଣ ପ୍ରଧାନ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି । ସେହିପରି ଶୈଳେନ୍ଦ୍ର ସିଂହ ଉପସଭାପତି, ହେମନ୍ତ କୁମାର ବେହେରା ଯୁଗ୍ମ ସମ୍ପାଦକ, ସର୍ବେଶ୍ୱର ନାୟକ କୋଷାଧ୍ୟକ୍ଷ, ସେମିନାର ସମ୍ପାଦକ ଭାବେ ମହମ୍ମଦ ଇକ୍ବଲ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ସାଂସ୍କୃତିକ ସମ୍ପାଦକ ଭାବେ ସର୍ଦ୍ଦାର ରାଜେନ୍ଦ୍ର ସିଂହ ଡିଙ୍ଗରା ଓ ଅଡିଟର ଭାବେ ମନୋଜ ଲାଲ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ତାଳଚେର ଓକିଲ ସଂଘର ସମୁଦାୟ ୨୬୮ ଜଣ ମତଦାତାଙ୍କ ମଧ୍ୟରୁ ୨୫୬ ଜଣ ମତଦାନ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସୁରେଶ୍ୱର ମିଶ୍ର ଓ ନିର୍ବାଚନ ଅଧିକାରୀ ଭାବେ ଯଶୋବନ୍ତ ବଳବନ୍ତ ନନ୍ଦ, ଅଖିଳ ସାମଲ, ଅନୁକୂଳ ମହାନ୍ତି ଓ ଜନାର୍ଦ୍ଦନ ନାୟକ ନିର୍ବାଚନ ପରିଚାଳନା କରିଥିଲେ । ବନବିହାରୀ ମହାପାତ୍ର, ପେଷ୍କାର ଗଡନାୟକ ଓ ସରୋଜ ପ୍ରଧାନ ପର୍ଯ୍ୟବେକ୍ଷକ ଦାୟିତ୍ୱ ନିର୍ବାହ କରିଥିଲେ । ସକାଳ ୯ ଟା ଠାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଆସୋସିଏସନ ହଲ୍ରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଅପରାହ୍ନ ୪ଟାରୁ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହୋଇଥିଲା ।

[amazon_link asins=’B00R3J53MG,B00NXXN10M,B007UPKJAO,B009TOZZ3A,B07CK1D7R6,B01BGJ07GK,B007E9EJKW,B00SUTAE6S,B007UPKJ5O’ template=’ProductCarousel’ store=’odishajournal-21′ marketplace=’IN’ link_id=’5885ca49-959c-11e8-a5a4-b1179edb6f41′]

error: Thank You Keep Visiting