ଜଗତସିଂହପୁର ମୁଖ୍ୟ ସଡକ ପଥରେ ଖାଲ,ଯାତାୟତରେ ବାଧାପ୍ରାପ୍ତ

Straight to the Point

ଜଗତସିଂହପୁର: ଜଗତସିଂହପୁର ସଦରମହକୁମାର ମୁଖ୍ୟରାସ୍ତା ପାଲଟିଛି ଏବେ ମରଣଯନ୍ତା । ଜଗତସିଂହପୁର ମୁଖ୍ୟ ରାସ୍ତାକୁ ଜାତୀୟ ରାଜପଥ ୫୫ନଂ ଯେଉଁଦିନ ଠାରୁ ହସ୍ତାନ୍ତର ହେଲାଣି ସେହିଦିନ ଠାରୁ ଉକ୍ତ ରାସ୍ତାଟି ମରାମତି ହେଉନାହିଁ । ତେଣୁ ସଦରମହକୁମାର ପୋଷ୍ଟ ଅଫିସ ଛକ, ମ୍ୟୁନିସିପାଲିଟି ଛକ, କୋର୍ଟଛକ, ଦଶନମ୍ବର ଛକ ପ୍ରଭୃତି ସ୍ଥାନ ମାନଙ୍କରେ ବଡ ବଡ ଗର୍ତ୍ତ ସୃଷ୍ଟି ହେବା ଫଳରେ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ଯାହାକି ଜିଲ୍ଲା ପ୍ରଶାସନ ନଜରକୁ ଆସୁଥିଲେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ତେଣୂ ରାସ୍ତାରେ ଯାନବାହନ ଦୁଇ ଚକିଆ ଯାନ ଆଦି ଯିବା ଆସିବାରେ ମଧ୍ୟ ଘୋର ଅସୁବିଧା ପରିଲକ୍ଷିତ ହେଉଛି । ଏହି ରାସ୍ତା ବାଟ ଦେଇ କଟକ,ଭୁବନେଶ୍ୱର ଲୋକ ପ୍ରତିଦିନ ଯାତାୟତ କରୁଥିଲେ ମଧ୍ୟ କାତୀୟ ରାଜପଥ ବିଭାଗ ନିରବ ଦ୍ରଷ୍ଟା ସାଜିଛି । ବର୍ତ୍ତମାନ ଲଘୁ·ପ ବର୍ଷା ଜନିତ ବାର୍ଷା ହେଉଥିବା ଫଳରେ ଖାଲ ଗୁଡିକ ପାଣିରେ ଭର୍ତ୍ତି ହେଉଥିବା ସ୍ଥଳରେ ବାଇକ ଆରୋହୀ, ପଥ·ରୀ ଉକ୍ତ ଖାଲରେ ପଡି ଖଣ୍ଡିଆ ଖାବରା ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ଦେଖୀବାକୁ ମିଳିଛି । ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଜନସାଧାରଣରେ ଦାବି ହେଉଛି ।

error: Thank You Keep Visiting