ବୋରିକିନା ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଠୁଏ ପାଣି,ନିଷ୍କାସନ କରିବାକୁ ଜନସାଧାରଣଙ୍କ ଦାବି

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବୋରିକିନା ସ୍ୱାସ୍ଥ୍ୟ କେନ୍ଦ୍ରର ଚତୁଃପାଶ୍ୱର୍ରେ ପାଣି ଜମୁଥିବାବେଳେ ରୋଗୀମାନଙ୍କ ଯାତାୟତରେ ଅସୁବିଧାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସାମାନ୍ୟ ବର୍ଷା ହେଲେ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଷ୍ଟାଫ କ୍ୱାଟରର୍ସ ଗୁଡିକ ପାଣି ଘେରରେ ରହୁଛି । ବର୍ଷା ଜଳ ଆଠ ଦିନ ପର୍ଯ୍ୟନ୍ତ ଜମି ରହୁଛି । ଏହି ଜଳ ଜମି ରହିବା ଫଳରେ ଷ୍ଟାଫମାନେ ଘରୁ ବାହାରକୁ ବାହାରିବା ଘୋର ଅସୁବିଧା ସୃଷ୍ଟି ହେଉଛି । ସ୍ୱାସ୍ଥ୍ୟ ବିଭାଗର କର୍ମ·ରୀମାନେ ସ୍ଥାନୀୟ ସରପଞ୍ଚ ସାଧୁଚରଣ ସାହୁ,ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ନେଇ କର୍ମ·ରୀମାନେ କହୁଛନ୍ତି । ପାଣି ଜମି ରହିବା ଫଳରେ ଆଖପାଖ ଅଞ୍ଚଳରୁ ଆସୁଥିବା ରୋଗୀମାନେ ତଥା ଗର୍ଭବତୀ ମହିଳା,ଛୋଟ ଶିଶୁ ଏବଂ ବିଭିନ୍ନ ରୋଗାକ୍ରାନ୍ତ ଲୋକମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନର ସୁବନ୍ଦୋବସ୍ତ କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।

error: Thank You Keep Visiting