ବାଲିଚନ୍ଦ୍ରପୁର ପଞ୍ଚାୟତର ଦଳିତ ସାହିର ଲୋକେ ବିଜେପିରେ ଯୋଗଦେଲେ

Straight to the Point

ବାଲିଚନ୍ଦ୍ରପୁର: ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ପଞ୍ଚାୟତର ନାନପୁର ୭ ନଂ ୱାର୍ଡ଼ର ଦଳିତ ସାହି ଦୀର୍ଘ ଦିନ ହେବ ଅବହେଳିତ ହୋଇଆସୁଛନ୍ତି । ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ବିଭିନ୍ନ ଲୋକ ପ୍ରତିନିଧିମାନେ ବସ୍ତିକୁ ଯାଇ ପ୍ରତିଶୃତିର ପାହାଡ଼ ଛିବା କରାଇ ଭୋଟ ହାତେଇ ନିଅନ୍ତି । ନିର୍ବାଚନ ସରିଲେ ସେମାନଙ୍କ ଅବସ୍ଥା ଯେଉଁ ତିମିର କୁ ସେଇ ତିମିରେ । ଏପରିିକି ବସ୍ତିକୁ ଯିବା ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ବହୁ ବୃଦ୍ଧ ବୃଦ୍ଧା ବୟସ ହୋଇଥିଲେ ମଧ୍ୟ ସରକାରୀ ଭତ୍ତା ଓ ସମସ୍ତ ମୌଳିକ ସୁବିଧା ପାଇବାରୁ ବଞ୍ôଚତ ହୋଇ ଆସୁଛନ୍ତି । ବାବୁ ମାନଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି, ମାତ୍ର ସେମାନଙ୍କ କଥା କେହି ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ । ଗତ କାଲି ସୋମବାର ଅପରାହ୍ନରେ ବିଜେପି ନେତ୍ରୀ ପୁର୍ଣ୍ଣିମା ମିଶ୍ର ଉକ୍ତ ବସ୍ତିକୁ ଯାଇ ସେମାନଙ୍କ ଭଲ ମନ୍ଦ ବୁଝିବା ସହିତ ସେମାନଙ୍କର ହୃଦୟର କଥା ସମସ୍ତ ଶୁଣିଥିଲେ । ସେମାନେ ମଧ୍ୟ ବିଜେପି ନେତ୍ରୀ ଶ୍ରୀମତୀ ମିଶ୍ରଙ୍କ ନେତୃତ୍ୱକୁ ପସନ୍ଦ କରି ୭ ନଂ ୱାର୍ଡ଼ର କେଶବ ଜେନା, ଟୁନୁ ଜେନା, ସନ୍ତୋଷ ଜେନା, କଳ୍ପନା ଜେନା, ଶତୃଘ୍ନ ଜେନା, ମମତା ଜେନା, ଜଗମୋହନ ଜେନା, ସୁଲୋଚନା ଜେନା, ଧିର ଜେନା, ଦାମ ଜେନା, ଗୁମାନି ଜେନା, ସଞ୍ଜୟ ଜେନା, ଟୁକୁ ଜେନା ପ୍ରମୁଖ ବହୁ ବ୍ୟକ୍ତି ବିଜେପିରେ ଯୋଗ ଦେଲେ ବୋଲି ଘୋଷଣା କରିଥିଲେ ।

error: Thank You Keep Visiting