କେନ୍ଦ୍ରାପଡାରେ ଜେଲଭରୋ ଆନ୍ଦୋଳନ

Straight to the Point

କେନ୍ଦ୍ରାପଡା: ଏମ.ଏସ. ସ୍ୱାମୀନାଥନ କମିଶନର ରିପୋର୍ଟକୁ କାର୍ଯ୍ୟକାରୀ କରିବା, ଓଡିଶାରେ ଧାନ କୁଇଣ୍ଟାଲ ପିଛା ସର୍ବ ନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା କରିବା । ସାର, ବିହନ, କୀଟନାଶକ, କୃଷି ଯନ୍ତ୍ରପାତି ସମେତ କୃଷି ଉପରେ ରିହାତି ବୃଦ୍ଧି କରିବା । କୃଷକ ଓ କୃଷି ଶ୍ରମିକ ମାନଙ୍କର ସମସ୍ତ ଋଣକୁ ମୁକ୍ତ କରିବା, ପ୍ରକୃତ ଚାଷୀଙ୍କ ନାମରେ ଜମି ଜମା ରେକର୍ଡ କରି ତୁରନ୍ତ ପଟ୍ଟା ପ୍ରଦାନ କରିବା, ୨୦୦୬ ଜଙ୍ଗଳ ଜମି ଅଧିକାର ଆଇନକୁ ଠିକ ଭାବରେ କାର୍ଯ୍ୟକାରୀ କରିବା ଦଖଲ ଜମିର ପଟ୍ଟା ପ୍ରଦାନ କରିବା, ଗରିବ ମଧ୍ୟବିତ୍ତ ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ପ୍ରଦାନ କରିବା, ସଠିକ ଫସଲ ବୀମା ପ୍ରଚଳନ କରିବା, ସମସ୍ତ ଶ୍ରମିକ ମାନଙ୍କୁ ମାସିକ ୧୮ ହଜାର ଟଙ୍କା ମଜୁରି ପ୍ରଦାନ କରିବା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ମହିଳା ମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ବନ୍ଦ କରିବା, ଏନଆରଇଜିଏ କାର୍ଯ୍ୟ ଦିବସକୁ ୧୫୦ ଦିନ ବୃଦ୍ଧି କରିବା, ସରକାରୀ ଦପ୍ତରରେ ଖାଲି ପଡିଥିବା ପଦବୀ ପୂରଣ କରିବା , ବସ୍ତି ବାସୀନ୍ଦା ମାନଙ୍କୁ ଘରଢିହ ଓ ବାସ ଗୃହ ପଟ୍ଟା ପ୍ରଦାନ, ମହାନଦୀ ପାଇଁ ଗଠିତ ଟ୍ରିବ୍ୟୁନାଲର ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଛତିଶଗଡରୁ ଓଡିଶା ପାଣି ପାଇବା ପ୍ରଭୃତି ୧୧ ଦଫା ଦାବିରେ ସାରା ଦେଶ ବ୍ୟାପି ଅନୁଷ୍ଠିତ କୃଷକ ଶ୍ରମିକ ମାନଙ୍କର ଜେଲଭରୋ ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡିଶା କୃଷକ ସଭା ଓ ସିଟୁ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶତାଧିକ ଲୋକ ଆଇନ ଅମାନ୍ୟ କରି ଗିରଫ ହୋଇଛନ୍ତି । ପୋଲିସ ସତ୍ୟାଗ୍ରହୀ ମାନଙ୍କୁ ଆରେଷ୍ଟ କରି କେନ୍ଦ୍ରାପଡା ଥାନାକୁ ନେଇଯିବା ପରେ ବ୍ୟକ୍ତିଗତ ମୁଚାଲିକାରେ ସତ୍ୟାଗ୍ରହୀ ମାନଙ୍କୁ ଛାଡିଛନ୍ତି । ପ୍ରକାଶ ଥାଉକି ସିଟୁର ରାଜ୍ୟ କମିଟି ସଭ୍ୟ ଜଗତଜୀବନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ(ଏମ)ର ଜିଲ୍ଲା ସଂପାଦକ ତଥା କୃଷକ ସଭାର ରାଜ୍ୟ ଯୁଗ୍ମ ସଂପାଦକ ଗୟାଧର ଧଳ, କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂ. ବସ୍ତି ବାସୀନ୍ଦା ସଂଘର ନେତା ବାବାଜୀ ପରିଡା, ସିଟୁର ନେତା ଅଜିତ ପରିଡା, ବରିଷ୍ଠ ଶ୍ରମିକ ନେତା ମାଧବ ଦାସ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ସମାଲୋଚନା କରିଥିଲେ । ଏହି ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ ନିର୍ମାଣ ଶ୍ରମିକ ସଂଘର ଜିଲ୍ଲା ସଭାପତି ଖଗେଶ୍ୱର ପ୍ରଧାନ, କୃଷକ ସଭାର ଭୀମସେନ ବେହେରା, ଅର୍ଜୁନ ମଣ୍ଡଳ, ମାନ ଗୋବିନ୍ଦ ସ୍ୱାଇଁ, ଶ୍ୟାମଳ ଦେବନାଥ, ରମେଶ ମଲ୍ଲିକ , ମଥୁରୀ ମଲ୍ଲିକ, ନିରାକାର ସାହୁ , ଅର୍ଜୁନ ସାହୁ, ରତ୍ନଜୟ ମଲ୍ଲିକ, ଅସିତ ମିର୍ଦ୍ଧା, ପରିତୋଷ ଗାଏନ, ଦୀପକ ମଣ୍ଡଳ, ରବି ମହାକୁଡ, ରଥ ସାହୁ, କଲ୍ୟାଣୀ ପୃଷ୍ଟି, ଲକ୍ଷ୍ମୀ ପଣ୍ଡା, ଦୀପା ଗାହାଣ, କୁନି ସାହାଣୀ, ପ୍ରସନ୍ନ ତ୍ରିପାଠୀ, ଅଶୋକ ନାଥ ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ।

error: Thank You Keep Visiting