ଅନୁଗୋଳ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତି ସଚିବଙ୍କ ଅନୁକମ୍ପା କାହିଁକି?

Straight to the Point

ଅନୁଗୋଳ: ଜିଲ୍ଲାର ତାଳଚେର ଉପଖଣ୍ଡ, ବାଘୁଆବୋଲ ଠାରେ ଗ୍ରାମ୍ୟ ଜଳ ଯୋଗାଣ ପରିମଳ କାର୍ଯ୍ୟାଳୟକୁ ନିର୍ବାହୀ ଯନ୍ତ୍ରୀ ବିକାଶ ଦାସ ପ୍ରାୟ ୪ ବର୍ଷ ହେଲା ଆସିଲେଣି । ଶ୍ରୀ ଦାଶ ଆଗରୁ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିଲେ । ତାଳପରେ ତାଳଚେର ଯେ ଯୋଗ ଦେଇଛନ୍ତି । ତାଳଚେର ଉପଖଣ୍ଡର ପ୍ରାୟ ୮୫ ପ୍ରତିଶତ ଗାଁ କୋଇଲା ଖଣି, ଟିଟିପିଏସ୍, ନାଲକୋ, ଏନ୍ଟିପିସି, ଡେରେଙ୍ଗ ଜିନ୍ଦଲ, ଏଫସିଆଇ କାରଖାନା ଅଞ୍ଚଳରେ ଅବସ୍ଥିତ । ସରକାରଙ୍କ ନିୟମ ଅନୁସାରେ ସିଏସ୍ଆର ପାଣ୍ଠି ଖର୍ଚ୍ଚ ହେଉଅଛି । ଏହା ପାଇଁ ଦୁଇଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଏଠାରେ ବସିବାର ବ୍ୟବସ୍ଥା ଅଛି, କିନ୍ତୁ ଏମାନେ ଏମ୍ସିଏଲ ଗେଷ୍ଟ ହାଉସ୍, ନାଲକୋରେ ରୁହନ୍ତି । ଫାଇଲ୍ କାଗଜ ପତ୍ର ସେଠାକୁ ଯାଏ । ଅନୁଗୋଳ ଜିଲ୍ଲା ପରି ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର ଇତ୍ୟାଦି ଜିଲ୍ଲାକୁ ରାଜ୍ୟ ସରକାରଙ୍କର ଖଣିଜ ପାଣ୍ଠି ଦିଆଯାଏ । ଅନୁଗୋଳ ଜିଲ୍ଲାକୁ ଛାଡିଦେଲା ପରେ ଆଗରୁ ଆଗରୁ ଲାଗିଥିବା ୧୦୦ ୱାଟ୍ ବଲ ମଧ୍ୟ ସେହି କାର୍ଯ୍ୟାଳୟରେ ଲାଗି ରହିଛି । ରଂଗ, ସଫେଇ ଭଲ ଭାବରେ ହୋଇ ପାରୁ ନାହିଁ । କିନ୍ତୁ ଶ୍ରୀ ଦାଶ ନିଜ କାର୍ଯ୍ୟାଳୟଟି ୪ ମହଲା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅର୍ଥ ମଂଜୁର କରି କାର୍ଯ୍ୟାଳୟରେ ଲିଫ୍ଟ ରେ ଯିବା ଆସିବା କରିବା, ପିଅନ ଠାରୁ ଅଫିସରଙ୍କ ରୁମ୍ରେ ଏସି ଲଗାଇବା ପାଇଁ ରାଜ୍ୟ ସରକାର / ସଚିବ କିପରି ଅର୍ଥ ମଂଜୁର କଲେ ଅଥଚ ଅନ୍ୟ ଡିଭିଜନ ଅଫିସ୍କୁ ବହୁ ଅଣଦେଖା କରୁଛନ୍ତି ଏହା ଦେଖି ବୁଦ୍ଧିଜିବୀ ଆଶ୍ଚର୍ଯ୍ୟ ହେଉଛନ୍ତି । ନିର୍ବାହୀ ଯନ୍ତ୍ରୀ ବିକାଶ ଦାଶ ଏଠାରୁ ବଦଳି ହୋଇ ପୁଣି ବଦଳି କ୍ୟାନସେଲ ହେଲା ଏହା ଆଲୋଚନାର ବିଷୟ । ରାଜ୍ୟ ସରକାରଙ୍କ କେଉଁ ଅଧିକାରୀ ବଦଳୀ ହେଲେ ଯାଆନ୍ତି ତାପରେ ପୁଣି ଚେଷ୍ଟା କଲେ ଆସି ପାରନ୍ତି । କିନ୍ତୁ ଅତି ବୁଦ୍ଧିମାନ, ଚତୁର ନିର୍ବାହୀ ଅଧକାରୀ ତାଳଚେରରେ ବସି ମୋବାଇଲ ସାହାଯ୍ୟରେ ନିଜ ବଦଳିକୁ ରୋକି ଦେଇ ପାରୁଛନ୍ତି ଏହା ନେତା ମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ଅଫିସରଙ୍କର ତୃତୀୟ ମହଲା ସହିତ ସୁସପଂର୍କ ଥିବାରୁ ଏପରି ହୋଇ ପାରୁଛି ।

error: Thank You Keep Visiting