ଡା.କମଳାକାନ୍ତ ବେହେରା ବାଲେଶ୍ୱର ଜିଲ୍ଲା କଂଗ୍ରେସର ଓ.ବି.ସି. ସେଲ୍ ଚେୟାରମ୍ୟାନ ଭାବେ ନିଯୁକ୍ତ

Straight to the Point

ନୀଳଗିରି: ଓଡିଶା ପ୍ରଦେଶ କଂଗ୍ରେସ କମିଟି, ଓ.ବି.ସି. ବିଭାଗ ପକ୍ଷରୁ ଡା.କମଳାକାନ୍ତ ବେହେରାଙ୍କୁ, ବାଲେଶ୍ୱର ଓ.ବି.ସି. କଂଗ୍ରେସ ସେଲର ଚେୟାରମ୍ୟାନ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ବିବରଣୀରୁ ପ୍ରକାଶ ଡା. ଶ୍ରୀ ବେହେରା ପୂର୍ବରୁ ବାଲେଶ୍ୱର ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିସାରିଛନ୍ତି । ତାଙ୍କର କାର୍ଯ୍ୟ ଦକ୍ଷତା ତଥା ସାଂଗଠନିକ କ୍ଷମତାକୁ ଦୃଷ୍ଟିରେ ରଖି ରାଜ୍ୟ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ, ରାଜ୍ୟ ଓ.ବି.ସି. ସେଲର ଚେୟାରମ୍ୟାନ ବିଷ୍ଣୁଚରଣ ବାରିକ, ଓ.ବି.ସି. କାର୍ଯ୍ୟାଳୟ ପତ୍ର ସଂଖ୍ୟା- ଓ.ବି.ସି. ଓ.ପି.ସି. ୧୭/୧୮ ତା ୦୨/୦୮/୨୦୧୮ରିଖରେ ନିଯୁକ୍ତି ପ୍ରଦାନ କରି, ବାଲେଶ୍ୱର ଜିଲ୍ଲାର ପଛୁଆ ବର୍ଗ ଜନସାଧାରଣଙ୍କୁ ସଂଗଠିତ କରିବା ସହିତ, ବାଲେଶ୍ୱର ଜିଲ୍ଲା କଂଗ୍ରେସ ଦଳକୁ ଶକ୍ତିଶାଳୀ କରିବା ପାଇଁ, କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଡା. ଶ୍ରୀ ବେହେରାଙ୍କ ମୂଳ ଘର ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ଔପଦା ବ୍ଲକର ତେନ୍ତୁଳିମାଳ ଗ୍ରାମରେ ହୋଇଥିବା ବେଳେ, ଅଧୁନା ସେ ତାଙ୍କ ମାନସିଂ ବଜାର ସ୍ଥିତ ବାସଭବନରେ ରହି ସମଗ୍ର ବାଲେଶ୍ୱର ଜିଲ୍ଳାର ଓ.ବି.ସି. ଜନସାଧାରଣଙ୍କ ପାଇଁ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି । ଏ ସଂର୍ପକରେ ଶ୍ରୀ ବେହେରା କହନ୍ତି- ତାଙ୍କର ଜନ୍ମ ନୀଳଗିରି ଭଳି ଏକ ଲଢୁଆ ମାଟିରେ । ସେ ସମାଜର ପଛୁଆ ବର୍ଗର ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ଗତକାଲି କଂଗ୍ରେସର କ୍ରାନ୍ତି ଦିବସ ପାଳନ ଅବସରରେ ଔପଦା ବ୍ଲକ ଅଘିରାପଦା ପଂଚାୟତର ତେନ୍ତୁଳିମାଳ ଗ୍ରାମରେ ବାଲେଶ୍ୱର ଜିଲ୍ଲା ଓବିସି ସେଲ୍ ପକ୍ଷରୁ ଡା. ଶ୍ରୀ ବେହେରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ବରିଷ୍ଠ କଂଗ୍ରେସ କର୍ମୀ ଉପସ୍ଥିତ ହୋଇ କ୍ରାନ୍ତି ଦିବସର ଅର୍ନ୍ତଃନିହିତ ଲକ୍ଷ୍ୟ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିପାଇଁ ରାଜ୍ୟ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ ଓ.ବି.ସି. ସେଲ ଚେୟାରମ୍ୟାନ ବିଷ୍ଣୁୁଚରଣ ବାରିକଙ୍କୁ, ତାଙ୍କ ଉପରେ ଗଭୀର ବିଶ୍ୱାସ ଓ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

error: Thank You Keep Visiting