ଜିଲ୍ଲା ବିଜୁ ମହିଳା ଜନତାଦଳ ସାଧାରଣ ବୈଠକ

Straight to the Point

ତିର୍ତ୍ତୋଲ: ଜିଲ୍ଲା ମହିଳା ବିଜେଡ଼ି ସଂଗଠନର କର୍ମକର୍ତ୍ତା ଚୟନକୁ ନେଇ ଉଠିଥିବା ବିବାଦକୁ ଏଡ଼ାଇବାପାଇଁ ତିର୍ତ୍ତୋଲ ବିଧାୟିକା ତଥା ଜଗତସିଂହପୁର ଜିଲ୍ଲା ମହିଳା ସଭାପତି ଡ଼. ରାଜଶ୍ରୀ ମଲ୍ଲିକଙ୍କ ସଭାପତିତ୍ୱରେ ତିର୍ତ୍ତୋଲ ବ୍ଲକ କଲେଜଛକରେ ଥିବା ଆନନ୍ଦମଣ୍ଡପ ପରିସରରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟିକା ତଥା ଜିଲ୍ଲା ମହିଳାସଭାନେତ୍ରୀ ଡ଼ା. ମଲ୍ଲିକ ଜଗତସିଂହପୁର ଗ୍ରସ୍ତରେ ଥିବାବେଳେ ସର୍କିଟି ହାଉସରେ ତାଙ୍କୁ ଜଗତସିଂହପୁର ବ୍ଲକ ସଭାନେତ୍ରୀ ଚୟନ କରିବାନେଇ ଜବାବ ତଲବ କରାଯାଇଥିଲା । ସର୍କିଟ ହାଉସ ଘଟଣାକୁ ନେଇ ଆଜି ତରବରିଆଭାବେ ତିର୍ତ୍ତୋଲ, ରଘୁନାଥପୁର, ବିରିଡ଼ି ଓ ଜଗତସିଂହପୁର ବ୍ଲକର ବିଜୁ ମହିଳାମାନଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ କରିଥିବା ଦେଖିବାକୁ ମିଳିଥିଲା । ବୈଠକରେ ବିଧାୟିକା କାଲିର ଘଟଣାକୁ ନେଇ ବର୍ସିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ମୁଁ ଦାୟିତ୍ୱର ସହ ତୁଲାଇଛି । ପୂର୍ବରୁ ଜିଲ୍ଲାରେ ମହିଳାମାନଙ୍କୁ ଅଣଦେଖା କରାଯାଉଥିଲା । ମୁଁ ବିଧାୟିକା ହେବାପରେ ଜିଲ୍ଲାର ମହିଳାମାନଙ୍କୁ ସଂଗଠିତ କରି ମହିଳାମାନଙ୍କର ଉନ୍ନତିଦିଗରେ କାର୍ଯ୍ୟ କରୁଛି । ମହିଳା ସଂଗଠନ କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାପାଇଁ ସତପ୍ରଚେଷ୍ଟା ଜାରି ରହିଛି । ଜଗତସିଂହପୁର ଜିଲ୍ଲାର ପୌରାଞ୍ଚଳ ମହିଳା ସଭାପତି ସୁପ୍ରିୟା ବିଶ୍ୱାଳ, ଜଗତସିଂହପୁର ବ୍ଲକ ମହିଳା ସଭାପତି ଶୁକାନ୍ତି ଚୌଧୁରୀ, ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ରଘୁନାଥ ପୁର ବ୍ଲକ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ, ରାଜ୍ୟ ମହିଳା ଜନତାଦଳ ସମ୍ପାଦିକା କନକପ୍ରଭା ଲେଙ୍କା, ରଘୁନାଥପୁର ବ୍ଲକ ୨ ନଂ ଜିଲ୍ଲାପରିଷଦ ସଭ୍ୟା ଡ଼େଜାଲିନ ମହାପାତ୍ର, ତିର୍ତ୍ତୋଲ ୩ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଲିପାଲି ରାଉଳ, ବିରିଡ଼ି ବ୍ଲକ ଆତ୍ମାର ଅଧ୍ୟକ୍ଷା ତଥା ଜଗତସଂହପୁର ଜିଲ୍ଲା ଜୋତି ଫେଡ଼େରସନର ସମ୍ପାଦିକା ସବିତା ଦାସଙ୍କ ସମେତ ୮ଟି ବ୍ଲକ ଓ ୨ଟି ମୁନିସପାଲଟିର ବିଜୁ ମହିଳା ସଭାପତି ମଞ୍ଚାସୀନ ରହି ନାରୀ ଶସକ୍ତିକରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତ୍ୟେକ ପଞ୍ଚାୟତରେ ବିଜୁ ମହିଳା ସଭାପତିଭାବେ ରହିବାପାଇଁ ସ୍ଥିର କରାଯାଇଥିଲା । ପ୍ରାରମ୍ଭରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା । ନିବେଦିତା ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତେନ୍ତୁଲିପଦା ସରପଞ୍ଚ ଲକ୍ଷ୍ମିପ୍ରିୟା ବେହେରା, ପଟିଲୋ ସମିତିସଭ୍ୟା ସନ୍ଧ୍ୟାରଣୀ ମହାନ୍ତି, ମମତା ଦାସଙ୍କ ସମେତ ଶତାଧିକ ମହିଳା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭୂବନେଶ୍ୱର ପର୍ଯ୍ୟବେକ୍ଷକ ସୁରେନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ବିଜେଡ଼ି ଉପସଭାପତି ଅଶ୍ୱିନି ଦାସ, ତିର୍ତ୍ତୋଲ ୧ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ୨ ନଂ ଜୋନର ପ୍ରବୀର ରାୟ, ରଘୁନାଥପୁର ବ୍ଲକ ସଭାପତି ଦେବୀପ୍ରସାଦ ତ୍ରିପାଠୀ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବସଭାପତି ସୁବ୍ରତ ଦାସ, ବ୍ଲକ ଯୁବସଭାପତି ରଞ୍ଜିତ କୁମାର ଜେନା, ବ୍ଲକ ବିଜେଡ଼ି ଛାତ୍ରସଭାପତି ମହମ୍ମଦ ମାଜୁଦ ଅଲ୍ଲି, ସମାଜସେବୀ ତପନ କୁମାର ମହାନ୍ତି ଉପସ୍ଥିତ ଥିବାବେଳେ ବ୍ଲକ ବିଜେଡ଼ି ସମ୍ପାଦକ ଅମରଜୋତି ସାହୁ ମଞ୍ଚ ପରିଚାଳନା କରିଥିଲେ । ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting