ବୃକ୍ଷରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ

Straight to the Point

ଜଗତସିଂହପୁର: ତରଡାପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଶବାଟିଆ ଗ୍ରାମରେ ପୁରୋହିତପୁର ନୋଡାଲ ହାଇସ୍କୁଲର ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଅଞନ କୁମାର ସାହୁ ବ୍ୟକ୍ତିଗତ ଉଦ୍ୟମ ଓ ଖର୍ଚ୍ଚରେ ନର୍ସରୀରୁ ·ରା କ୍ରୟକରି ଗ୍ରାମର ବିଭୁପ୍ରସାଦ ନାୟକ, ମହମ୍ମଦ ଆସି‘୍ ଇକ୍ବଲ, ଫାରୁକ୍ ମହମ୍ମଦ ଓ ନସିମା ବିବିଙ୍କ ବାଡିରେ ୫୦୦ ଆକାଶିଆ ·ରା ରୋପଣ କରିଛନ୍ତି । ମସ୍ଜିଦ୍ ନିକଟବର୍ତ୍ତୀ ପୁଷ୍କରିଣୀର ଧାରେ ଧାରେ ସୈାନ୍ଦର୍ଯ୍ୟବୃଦ୍ଧି ଓ ଛାୟାପ୍ରଦାନ ନିମନ୍ତେ ରାଧାଚୂଡା ଗଛ ଲଗାଯାଇଛି । ଗ୍ରାମବାସୀମାନଙ୍କୁ ବୃକ୍ଷରୋପଣ ଓ ସ୍ୱଚ୍ଛତା ସମ୍ପର୍କରେ ଅଧିକ ସଚେତନ କରିବା ପାଇଁ ଶ୍ରୀ ସାହୁ ଏକ ଆଲୋଚନାଚକ୍ରର ଆୟୋଜନ କରିଥିଲେ । ଏଥିରେ ଗ୍ରାମର ସମସ୍ତ ମୁରବୀ, ଯୁବକ ଯୁବତୀ, ମହିଳା, ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉକ୍ତ ସଭାରେ ମହମ୍ମଦ ମାରୁଫ୍ ସଭାପତି କାର୍ଯ୍ୟ ତୁଲାଇଥିଲେ । ଶ୍ରୀ ସାହୁ ତାଙ୍କ ଅଭିଭାଷଣରେ ବୃକ୍ଷରୋପଣରେ ସହଯୋଗର ହାତ ବଢାଇଥିବାରୁ ଗ୍ରାମବାସୀମାନଙ୍କୁ କୃତଜ୍ଞତା ଜଣାଇଥିଲେ । ସେ ବୃକ୍ଷରୋପଣର ଉପାଦେୟତା ଏବଂ ଗ୍ରାମ ପରିବେଶକୁ ସଫାସୁତୁରା ରଖିବାପାଇଁ ସେମାନଙ୍କୁ ନିବେଦନ କରିଥିଲେ । ଗ୍ରାମର ମୁରବୀ ମହମ୍ମଦ ଫଜଲ ଲଗାଯାଇଥିବା ଗଛର ସଠିକ୍ ଯତ୍ନନେବାକୁ ପରାର୍ମଶ ଦେଇଥିଲେ । ଅନ୍ୟତମ ମୁରବୀ ସୟଦ୍ କମରୁଦ୍ଦିନ ବୃକ୍ଷରୋପଣ ଏକ ମହାନକାର୍ଯ୍ୟ ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜ ବାଡିରେ ବୃକ୍ଷରୋପଣକରି ସବୁଜ ବଳୟ ସୃଷ୍ଟି କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସଭାପତି ଶ୍ରୀ ମାରୁଫ ଶ୍ରୀ ସାହୁଙ୍କର ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସଙ୍ଗେସଙ୍ଗେ ବର୍ତ୍ତମାନ ଅବକ୍ଷୟମୁଖୀ ପରିବେଶକୁ ସଙ୍କଟରୁ ରକ୍ଷାକରିବାକୁ ହେଲେ ତାଙ୍କପରି ଏକ ନିଃସ୍ୱାର୍ଥପର ପରିବେଶପ୍ରେମୀଙ୍କ ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଜୁନା ଇକ୍ବଲ୍ ଓ ମହମ୍ମଦ ଇତୁ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ବିଭୁପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ କରାଗଲା ।

error: Thank You Keep Visiting