ତାଳଚେର ଗଣ ପର୍ବ ଗଣେଶ ପୂଜାର ପ୍ରସ୍ତୁତି ବୈଠକ,ଡିଜେ ଓ ମଦ ପିିଇବା ଉପରେ କଟକଣା

Straight to the Point

ତାଳଚେର: ତାଳଚେର କେନ୍ଦ୍ରୀୟ ଗଣେଷ ପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଭାଘର ପରିସରରେ କମିଟିର ସଭାପତି ତଥା ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇଥିଲେ । ସେପ୍ଟେମ୍ବର ୧୩ ରୁ ପୂଜା ଆରମ୍ଭ ହୋଇ ୨୫ ତାରିଖରେ ପ୍ରସିଦ୍ଧ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା । ଏଥିରେ ଡିଜେ ସାଉଣ୍ଡ ଉପରେ କଟକଣା ଲାଗୁ କରାଯିବା ସହ ପୂଜା ଦିନ ଗୁଡିକରେ ପ୍ଲାଷ୍ଟିକ୍ ବୃବହାରକୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଭସାଣି ଦିନ ସକାଳ ୮ ଟାରେ ପୂଜା ମେଢ ଗୁଡିକ ବଡଦାଣ୍ଡ ସ୍ଥିତ ମେଲାଣି ପଡିଆରେ ଏକତ୍ରିତ ହେବା ପରେ ସାଢେ ୮ ଟାରୁ ସାଢେ ୯ଟା ମଧ୍ୟରେ ଲଡୁ ନିଲାମ ହେବ । ଲଠୁ ନିଲାମ ଡାକରେ ଭାଗ ନେବା ପାଇଁ ଚଳିତ ବର୍ଷ ୧୦ ହଜାର ଟଙ୍କା ଅମାନତ ରାଶି ଧାର୍ଯ୍ୟ କରାଯାଇଥିଲା । ତୋରଣ ଗୁଡିକ ଅତି କମ୍ରେ ୧୫ ଫୁଟ ଉଚ୍ଚତାରେ ବାନ୍ଧିବାଂ, ମେଢ ନିକଟରେ ଅଗ୍ନି ନିର୍ବାକନ ବ୍ୟବସ୍ଥା ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା । ପୂଜା ଦିନ ଗୁଡିକରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ସହରର ରାସ୍ତାଘାଟ ମରାମତି ସଫା ସୁତୁରା, ପାନୀୟ ଜଳ ଯୋଗାଣ ପାଇଁ ସଂପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆ ଯାଇଥିଲା । ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଏସଡିପିଓ ହେମନ୍ତ ପଣ୍ଡା, ତାଳଚେର ଥାନା ଅଧିକାରୀ ସୌଭାଗ୍ୟ ସ୍ୱାଇଁ, ଲୋକ ସଂପର୍କ ଅଧିକାରୀ ସୌରଭ ପ୍ରଧାନ, କମିଟି କାର୍ଯ୍ୟକାରୀ ସଦସ୍ୟ ବୁଲୁ ମହାପାତ୍ର ଉପସ୍ଥିତ ଥିଲେ । ସାଧାରଣ ସଂପାଦକ ଜୟନ୍ତ ଭୂତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଅଶୋକ ଶତପଥୀ ଧନ୍ୟବାଦ ଦେଇଥିଲେ ।

error: Thank You Keep Visiting