ତାଳଚେର ବିକାଶ ପାଇଁ ଟି.ଏସ୍.ଏମ୍

Straight to the Point

ତାଳଚେର: ତାଳଚେର ବାଇପାସ୍ ଠାରେ ତାଳଚେର ସ୍ୱାଭିମାନ ମଞ୍ଚର ପ୍ରଥମ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଞ୍ଚର ସଭାପତି ଶ୍ରୀ ନିରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବୈଠକରେ ମଞ୍ଚର ଆବାହକ ଶ୍ରୀ ପବିତ୍ର ଭୂତିଆ, ଉପଦେଷ୍ଟା ଆନନ୍ଦ ଆଚାର୍ଯ୍ୟ, ମାନସ ଆଚାର୍ଯ୍ୟ, ଉପସଭାପତି ରିତାରାଣୀ ଦାସ୍, ବିଶିଷ୍ଠ ସମାଜସେବୀ ବାନାମ୍ବର ଭୂତିଆ, ସାଧାରଣ ସଂପାଦକ ଗଦାଧର ସାହୁ, ଶ୍ରୀବତ୍ସ ଥମ୍ବ, ଇଶ୍ୱର ନାୟକ, ଅର୍ଜ୍ଜୁନ ପାଣି, ବିନୋଦ ଲାଲ, ପ୍ରଦିପ ମହାରଣା, ମନୁ ମହାନ୍ତି, ଶ୍ରମିକ ନେତା ଅରେନ୍ ପାଣି, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ନଗର ସଭାପତି ଆସିଫ୍ ଖାନ୍, ଅଜୟ ପଟ୍ଟନାୟକଙ୍କ ସହ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟରେ ବିଳମ୍ବ ହେତୁ ଉଦ୍ବେଗ ପ୍ରକାଶ କରାଯାଇଥିଲା । ବାଙ୍କଧରା ଠାରୁ ବହ୍ଲର ଛକ ପର୍ଯ୍ୟନ୍ତ ଦିନକୁ ହଜାର ହଜାର ଟ୍ରକ୍ ଚଳାଚଳ କରୁଥିବାରୁ ବ୍ୟାପକ ପ୍ରଦ୍ୟୁଷଣ ହେଉଅଛି । ତାଳଚେର କଲେଜର ଛାତ୍ରଛାତ୍ରୀ, ତାଳଚେର ସାଧାରଣ ଜନତା ଧୂଳିଧୂଆ ତଥା ଶବ୍ଦ ପ୍ରଦୂଷଣରେ ଅତିଷ୍ଠ ହୋଇପଡିଲେଣି, ତେଣୁ ଉକ୍ତ ରାସ୍ତା ଫ୍ଲାଇ ଓଭର ବ୍ରିଜ୍ କରିବା ପାଇଁ ଏମ୍.ସି.ଏଲକୁ ପ୍ରସ୍ତାବ ଦେବା ପାଇଁ ନିଷ୍ପତ୍ତି ନିଆଥିଲା । ଏନ.ଟି.ପି.ସି. ଓ ନାଲକୋରୁ ପାଉଁଶ ଏବଂ ରାସାୟନିକ ପଦାର୍ଥ ତାଳଚେରର ବିଭିନ୍ନ ପରିତ୍ୟକ୍ତ ଖଣିରେ ପକାଯାଇଥିବାରୁ ଭୂତଳ ଜଳ ପ୍ରଦୂଷିତ ହେଉଅଛି । ତେଣୁ ଏଥିରେ ଉପସ୍ଥିତ କର୍ମକର୍ତ୍ତା ଓ ଉପସ୍ଥିତ ଜନତା କ୍ଷୋଭ ପ୍ରକାଶ କରିଥିଲେ । ଶେଷରେ ସାଧାରଣ ସଂପାଦକ ଗଦାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting