ତାଳଚେର ସ୍ୱାଭିମାନ ମଞ୍ଚର ନୂତନ ଅଫିସ୍ ଗୃହ ଉଦଘାଟନ

Straight to the Point

ତାଳଚେର: ତାଳଚେର ବାଇପାସ୍ର ପବିତ୍ର ମୋହନ ଛକ ଠାରେ ତାଳଚେର ସ୍ୱାଭିମାନ ମଞ୍ଚର ନୂତନ ଅଫିସ୍ ଗୃହ ଉଦ୍ଘାଟନ କରାଯାଇଛି । ଏହି ଉଦ୍ଘାଟନରେ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି ନୂତନ ଅଫିସ୍ ଗୃହକୁ ଢ଼େଙ୍କାନାଳ ଓ ଅନୁଗୋଳ ସାଂସଦ ଶ୍ରୀଯୁକ୍ତ ତଥାଗତ ଶତପଥି ଆଜି ଦିବା ୧୧.୦୦ ଘଟିକା ସମୟରେ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ତାଳଚେରର ବରିଷ୍ଠ କର୍ମୀ ତଥା ବିଦ୍ଧିଜିବୀ ଓ ଶୁଭେଚ୍ଛୁମାନେ ଯୋଗଦାନ କରିଥିଲେ । ଆୟୋଜିତ ଉତ୍ସବରେ ଆବାହକ ତଥା ନଗରପାଳ ଶ୍ରୀଯୁକ୍ତ ପବିତ୍ର ଭୂତିଆ ଯୋଗଦାନ କରି ଉପସ୍ଥିତ ଜନତାଙ୍କୁ ତାଳଚେରର ସାମୁହିକ ବିକାଶ ପାଇଁ ଆହ୍ୱାନ କରିଥିଲେ । ତାଳଚେର ସ୍ୱାଭିମାନ ମଞ୍ଚର ସଭାପତି ଶ୍ରୀ ନିରଞ୍ଜନ ପ୍ରଧାନଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ଘାଟନ ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଉପସଭାପତି ରିତାରାଣୀ ଦାସ୍, ଉପଦେଷ୍ଟା ତଥା ଶ୍ରମିକ ନେତା ଶ୍ରୀ ଆନନ୍ଦ ଆଚାର୍ଯ୍ୟ, ସାଧାରଣ ସଂପାଦକ ଶ୍ରୀ ଗଦାଧର ସାହୁ, ପୂର୍ବତନ ବ୍ଲକ୍ ଚେୟାରମ୍ୟାନ୍ ମାନସ ଆଚାର୍ଯ୍ୟ, ବିଶିଷ୍ଟ ସମାଜସେବୀ ବାନାମ୍ବର ଭୂତିଆ, ଶ୍ରୀ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, କର୍ଣ୍ଣପୁର ସରପଞ୍ଚ ବିଜୟ ବିଶ୍ୱାଳ, ବିନୋଦ ଲାଲ, ପ୍ରଦୀପ ମହାରଣା, ମନୁମହାନ୍ତି, ଜିତେନ୍ଦ୍ର ମହାପାତ୍ର, ଅର୍ଜ୍ଜୁନ ପାଣି, ଅଜିତ୍ ପଟ୍ଟନାୟକ, ବିରଞ୍ôଚ ରଥ, ବିଜୟ ଭୂତିଆ, ଲଳିତ ବଲ୍ଲଭ ରାଉତ୍, ପ୍ରଶାନ୍ତ ନନ୍ଦ, ସିତିକାନ୍ତ ବାରିକ୍, ନଗର ସଭାପତି ଆସିଫ୍ ଖାନ୍ ତଥା ୧୯ ନମ୍ବର ଜିଲ୍ଲା ପରିଷଦଶ୍ରୀମତୀ ଅନୁପମା ପ୍ରଧାନ, ଶତାଧିକ କର୍ମୀମାନେ ଯୋଗଦାନ କରି ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଉଦ୍ଘାଟନ ଉତ୍ସବର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତଥାଗତ ଶତପଥି ଯୋଗଦେଇ କହିଥିଲେକି ତାଳଚେର ବାସୀଙ୍କ ଦୀର୍ଘ ୩୦ ବର୍ଷ ହେବ ଜନପ୍ରତିନିଧିମାନେ କିପରି ତାଳଚେରବାସୀଙ୍କୁ ଧୂଳି ଧୂଆଁ ଭିତରେ ଅଣନିଶ୍ୱାସ କରି ପକାଇଛନ୍ତି, ତାଳଚେର ଯୁବ ଶିକ୍ଷିତ ବେକାର ପିଲାଙ୍କୁ କାମ ଯୋଗାଇ ନଦେଇ ବାହାର ଏରିଆର ଲୋକମାନଙ୍କୁ କମ୍ ଦରମାରେ ତାଳଚେର କୋଇଲା ଖଣି ଓ ବିଭିନ୍ନ କଳକାରଖାନାରେ ଖଟାଇ ସେମାନଙ୍କର ହକ୍ ଦେଉନାହାନ୍ତି । ତାଳଚେରରେ ସବୁ ଥାଇ କିଛି ନାହିଁ । ତାଳଚେର ଅର୍ଥ ଅନ୍ୟ ଜିଲ୍ଲାମାନଙ୍କରେ ବ୍ୟବହାର ହୋଇ ତାଳଚେରବାସୀଙ୍କୁ ଅଣଦେଖା କରିଚାଲିଛନ୍ତି । ଶେଷରେ ଉଦ୍ଘାଟନ ଉତ୍ସବର ସାଧାରଣ ସଂପାଦକ ଗଦାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଏକ ବିରାଟ ପଟୁଆର ଶୋଭାଯାତ୍ରାରେ ମାନ୍ୟବର ସାଂସଦକୁ ପବିତ୍ର ମୋହନ ଛକଠାରୁ ତାଳଚେର ରାଇଫଲ କ୍ଲବ୍ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

error: Thank You Keep Visiting