ମୃତକ ପରିବାରକୁ କେନ୍ଦ୍ରାପଡା ବିଡିଓଙ୍କ ପରିହାସ

Straight to the Point

କେନ୍ଦ୍ରାପଡା (ଶଶୀ ଭୂଷଣ ତ୍ରିପାଠୀ) କେନ୍ଦ୍ରାପଡା ନିଜ ବ୍ଲକ ଅଂଚଳରେ ଜନସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ବ୍ଲକର ବିଡିଓ ଜଣେ ମାନ୍ୟତା ପ୍ରାପ୍ତ ଅଧିକାରୀ ଅଟନ୍ତି । ତେବେ ଜଣେ ଗରୀବ କଲେଜ ଛାତ୍ରୀର ମେଡିକାଲରେ ମୃତ୍ୟୁ ଘଟିବା ପରେ ମୃତ ପରିବାରକୁ ଭେଟି ମାତ୍ର ଶହେ ଟଙ୍କା ଆର୍ଥିକ ସହାୟତା ଦେଇଥିବା ସଂପୃକ୍ତ କେନ୍ଦ୍ରାପଡା ବିଡିଓ ଚନ୍ଦ୍ରକାନ୍ତ ମଲ୍ଲିକ ଏବେ ଚଚ୍ଚର୍୍ାକୁ ଆସିଛନ୍ତି । ଖବରରୁ ପ୍ରକାଶ ଯେ,ଏହି ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ଜଗନ୍ନାଥପୁର ଗ୍ରାମର ପିତାମ୍ବର ବରାଳଙ୍କ ଝିଅ ସୋନାଲିକା (୧୮)ଙ୍କର କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସାଧିନ ସମୟରେ ମୃତ୍ୟୁ ଘଟିଥିଲା । ସୋନାଲିକା ତୁଳସୀ ମହିଳା କଲେଜରେ ଛାତ୍ରୀ ଥିଲେ । ତାଙ୍କ ବାପା ଭୂମିହୀନ ଅତି ଗରୀବ ଅଟନ୍ତି । ଛାତ୍ରୀଙ୍କ ମୃତ୍ୟୁ ପରେ ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ (ଲିପୁ) ତାଙ୍କ ପରିବାରରେ ପହଂଚି ୧ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ମହିଳା କଲେଜ ଛାତ୍ରୀନେତ୍ରୀ ରାଜଶ୍ରୀ ଦାସ,ଲିଜା ପତ୍ରୀ,ମାନସୀ ବେହେରା,ହରପ୍ରିୟା ନାୟକ,ସଭାନେତ୍ରୀ ଅମିନ୍ ସାଦତ୍,ଦେବସ୍ମିତା ସାମଲ ପ୍ରମୁଖ ପରିବାରକୁ ଭେଟି ସ୍ୱାନ୍ତନା ଦେଇଥିଲେ । କିନ୍ତୁ ଏହି ଦୁସ୍ଥ ପରିବାରକୁ ଭେଟିବାକୁ ଯାଇଥିବା କେନ୍ଦ୍ରାପଡା ବ୍ଲକର ବିଡିଓ ମହୋଦୟ ମାତ୍ର ୧୦୦ ଟଙ୍କା ସହାୟତା ଦେଇଥିଲେ । ଏହି ୧୦୦ଟଙ୍କା ସହାୟତା ପ୍ରକୃତରେ ମୃତକ ପରିବାର ପ୍ରତି ଏକ ପରିହାସ ବୋଲି ସ୍ଥାନୀୟ ଲୋକେ ଚଚ୍ଚର୍୍ା କରୁଛନ୍ତି ।

error: Thank You Keep Visiting