ଲୋକପ୍ରିୟ ପୂର୍ବତନ ବିଧାୟକ ଲାଛମାୟାଙ୍କୁ ଅଣଦେଖା

Straight to the Point

ପଡିଆ: କୋରାପୁଟ୍ ଜିଲ୍ଲାରୁ ୧୯୮୦ ମସିହାରେ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ମାଲକାନଗିରି ଅଂଚଳରେ ବହୁ ବିକାଶମୁଖି କାର୍ଯ୍ୟ କରିଥିବା ପୂର୍ବବିଧାୟକ ନାକା ଲାଛମାୟା ଏବେ ଅଲୋଡା ହୋଇପଡିଛନ୍ତି । ରାଜନୀତି କ୍ଷେତ୍ରରେ ଏହି ୭୦ବର୍ଷ ବୟସ୍କ ଲୋକପ୍ରିୟ ବିଧାୟକଙ୍କ କୈାଣସିସ୍ଥିତି ନଥିଲା ବେଳେ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଅଣଦେଖା ହୋଇଥିବା ତାଙ୍କ ପୁଅ ନାକା ସ୍ୱାନ୍ତା ରାଜୁ ଦୁଃଖର ସହ ପ୍ରକାଶ କରିଛନ୍ତି । ପଡିଆ ବ୍ଲକ କମାରଗୁଡା ଗ୍ରାମରେ ୧୯୫୦ ମସିହା ଡିସେମ୍ବରରେ ଜନ୍ମିତ ଲାଛମାୟା ଜନସେବା ପାଇଁ ୧୯୬୫ ମସିହାରେ ଡିଇଓ ଚକିରୀ ଛାଡି କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ବିଧାୟକ ନିର୍ବାଚିତ ହେବା ପରେ ସେ ମାଲକାନଗିରିରେ ଆଇପିଡିଏ ଅଫିସ ପ୍ରତିଷ୍ଠା ଏବଂ ଏମଭି ୭୯ କୋର୍ଟ ସମେତ ପଡିଆ ପ୍ରାଥମିକ ସ୍କୁଲକୁ ସରକାରୀ ମାନ୍ୟତା ଆଦି ବହୁ ଉନ୍ନୟନ କାର୍ଯ୍ୟ କରିଥିଲେ ମଧ୍ୟ ପରବର୍ତୀ ସମୟରେ ଏସବୁ ସ୍ଥାନରୁ ତାଙ୍କ ନାମ ଫଳକକୁ ମଧ୍ୟ ଉଚ୍ଛେଦ କରାଯାଇଛି ।

କଂଗ୍ରେସ ଦଳରେ ଏଣେ ଆଗୁଆ ନେତା ଥିଲେ ମଧ୍ୟ କଂଗ୍ରେସ ଦଳ ଏବେ ଖୋଜା ଲୋଡା ଟିକେ ମଧ୍ୟ କରୁନାହିଁ । ସରକାରୀ କାର୍ଯ୍ୟକ୍ରମକୁ ସୈାଜନ୍ୟ ଦୃଷ୍ଟିରୁ ଆମନ୍ତ୍ରଣ ମଧ୍ୟ କରାଯାଉନାହିଁ । ଏବେ ଲାଛାମାୟାଙ୍କ ଆର୍ଥିକ ପରିସ୍ଥିତି ମଧ୍ୟ ସଂଗୀନ ହୋଇପଡିଛି । କେବଳ ବିଧାୟକ ପେନସନ ଓ ମେଡିକାଲ କାର୍ଡ ଟିକେ ତାଙ୍କ ପରିବାର ପାଇଁ ଭରସା ପାଲଟିଛି । ଯେଉଁ ସାବେରୀ ନଦୀରେ ଡଙ୍ଗା ଚଳାଇ ଲୋକଙ୍କୁ ପାର ଉତାର ସେବା କରୁଥିଲେ ଏବେ ପରିଣତ ବୟସରେ ସେହି ନଦୀରେ ମାଛ ଧରି ଗୁଜୁରାଣ ମେଂଟାଇବାକୁ ବାଧ୍ୟ ହୋଇଥିବା ସେ ପ୍ରକାଶ କରିଛନ୍ତି । ରାଜନୀତି ପରି ପବିତ୍ର ଦାୟୀତ୍ୱ ତଥା ଜନସେବା ପ୍ରତି ଉତ୍ସର୍ଗ ଥାଇ ଜଣେ ସମ୍ମାନଷ୍ପଦ ଜନନେତାଙ୍କ ସମ୍ମାନ ରକ୍ଷା ତଥା ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ତାଙ୍କୁ ସାମିଲ କରି ତାଙ୍କ ବହୁମୂଲ୍ୟ ଅନୁଭବକୁ ସମାଜରେ ମାନ୍ୟତା ଦେଇ ଏକ ସୁନ୍ଦର ସାମାଜିକ ବାତାବରଣଜାରୀ କରିବା ଦିଗରେ ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

error: Thank You Keep Visiting