ବିଜେଡି ସଭାପତି ଦ୍ୱୟଙ୍କର ନୈରାଶ୍ୟଜନକ ସଂଗଠନ

Straight to the Point

ତାଳଚେର : ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀ ତାଳଚେର ବ୍ଲକ, ନଗର ଓ କଣିହାଁର ସାତ ପଞ୍ଚାୟତ । ଏହି ବିଧାନସଭା କ୍ଷେତ୍ରଟି ରାଜ୍ୟର ଭାତ ହାଣ୍ଡି । ରାଜ୍ୟ ସରକାରଙ୍କର ପୂର୍ବତନ ମୁଖ୍ୟ ସଚେତକ ରବିପାଣିଙ୍କର ଦୁଇ ଅନୁଗତ ନିରଞ୍ଜନ ପ୍ରଧାନ ଓ ଆସିଫ୍ ଖାଁ ଆଜକୁ ୫ ବର୍ଷରୁ ଉଦ୍ଧ୍ୱର୍ ହେବ ତାଳଚେର ବ୍ଲକ ବିଜେଡି ସଭାପତି ଓ ନଗରସଭାପତି ଦାୟିତ୍ୱ ତୁଲାଉଛନ୍ତି । ଦୁଃଖର ବିଷୟ ସଂଗଠନର କମିଟି ଆଜି ପର୍ଯ୍ୟନ୍ତ କରି ନାହାଁନ୍ତି । ଅଞ୍ଚଳରେ ପରିଚିତ ନାହିଁ । ଦଳର ବିଧାୟକ ଓ ସାଂସଦ ଆସିଲେ ଦୌଡିବା, କୋଇଲା ଖଣି ଅଞ୍ଚଳରେ ନିଜ ପରିଚୟ ସୃଷ୍ଟି କରିବା ସାଧାରଣରେ ଆଲୋଚନା ହେଉଛି ।

ବିଜେଡି ବ୍ଲକ ସଭାପତି ଓ ନଗର ସଭାପତିଙ୍କର ସଂଗଠନ ପ୍ରତି ଇଚ୍ଛା ଶକ୍ତି ନଥିବା ପଛରେ ବିରୋଧୀଙ୍କର ହାତ ନାହିଁତ । ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ହିନ୍ଦୋଳ ବିଧାନସଭା କ୍ଷେତ୍ରର ହିନ୍ଦୋଳ ଏନଏସିର ପୂର୍ବତନ ଉପନଗରପାଳ କଂଗ୍ରେସ ଦଳ ଛାଡିଥିଲେ । ଗତ ହିନ୍ଦୋଳ ଏନ୍.ଏ.ସି ନିର୍ବାଚନରେ ୱାର୍ଡ ନଂ ୩ ପାଇଁ ବିଜେଡି ଟିକଟ ନ ମିଳିବାରୁ ସ୍ୱାଧୀନ ଟିକଟରେ ଲଢି ଜିତିଥିଲେ । ପ୍ରତ୍ୟେକ ଦିନ ଭାଇ ପାଇଁ ବିଜେଡି ବିରୋଧରେ ପ୍ରଚାର କରିଥିଲେ ତାଳଚେର ନଗର ସଭାପତି ଆସିଫ୍ ଖାଁ । ତାଳଚେରରେ ବିଜେଡି ଆସିଫ୍ ବାବୁ ବାହାରେ ଅନ୍ୟ ଦଳ ପାଇଁ । ଏ ଦୁଇ ସଭାପତିଙ୍କ ବିରୋଧରେ ସଂଗଠନ ଦୁର୍ବଳ ପାଇଁ ଆଗରୁ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବିଜେଡି ଦୁର୍ବଳ ହୋଇଯିବ ।

error: Thank You Keep Visiting