ଜିଲ୍ଲା ବିଜେଡି ସଭାପତିଙ୍କୁ ଅଣଦେଖା ନେଇ ବିଜେଡି କର୍ମୀଙ୍କ ଇସ୍ତଫା ଧମକ

Straight to the Point

ଜଗତସିଂହପୁର: ଜଗତସିଂହପୁର ବିଜୁ ଜନତାଦଳର ସଭାପତିଙ୍କୁ ବାରମ୍ବାର ଅଣଦେଖା ନେଇ ବିଜେଡି କର୍ମୀ ମାନଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ତଥା ପାରାଦୀପ,କୁଜଙ୍ଗର ପ୍ରାୟ ୩୦୦ଉଦ୍ୟଦ୍ୱର୍ ବିଜେଡିକର୍ମୀ ମାନେ ଖୋଲାଖୋଲିଭାବେ କହିଛନ୍ତି ଯେ ତିର୍ତ୍ତୋଲ ବିଧାୟିକା ଜିଲ୍ଲାରେ ଅଣବିଜେଡି ଲୋକମାନଙ୍କୁ ବିଜେଡିରେ ବିଭିନ୍ନ ପଦପଦବୀରେ ନିଯୁକ୍ତି କରୁଛନ୍ତି ଯାହାକି ସେମାନେ କଂଗ୍ରେସପାଇଁ କାମକରୁଛନ୍ତି । ଏଭଳି କରିବା ଦ୍ୱାରା ଜିଲ୍ଲା ବିଜେଡି ଦଳର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବା ସହିତ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କର ପ୍ରଭାବ ହ୍ରାସ କରାଯାଉଥିବାରୁ ଆମ୍ଭେମାନେ ବିଜେଡିରୁ ସମୁହ ଇସ୍ତଫା ପ୍ରଦାନ କରିବୁ ବୋଲିଏକ ଲିଖିତ ଅଭିଯୋଗ ବିଷ୍ଣୁ ଦାସଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ତଥା ରାହ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିବା ଜିଲ୍ଲା ବିଜେଡି ଉପସଭାପତି ଦିପ୍ତି ଦାସ,ମନୋଜ ଭୋଇ,ବିଜେଡି ସାଧାରଣ ସଂପାଦକ ସରୋଜ ବିଶ୍ୱାଳ,ସୁଧିର ସ୍ୱାଇଁ,ମନୀ ପାତ୍ର,ସବିତାମଲ୍ଲ,ମାନସ ରଂଜନ ସେଠୀ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

error: Thank You Keep Visiting