ବିଜୁ ଗ୍ରାମୀଣ ମାର୍କେଟ କମ୍ପେ୍ଲକ୍ସ ଗୃହ ଆଜକୁ ୧୨ବର୍ଷ ହେଲା ଉଦ୍ଘାଟନ ହୋଇ ପଡିରହିଛି

Straight to the Point

ଜଗତସିଂହପୁର: ସରକାରକା ମାଲ ଦରିଆମେ ଦାଲ ନ୍ୟାୟରେ ରଘୁନାଥପୁର ବ୍ଲକରେ ବିଭିନ୍ନ ଗ୍ରା.ପ.ରେ କରାଯାଇଥିବା ବିଜୁ ଗ୍ରାମୀଣ ମାର୍କେଟ କମ୍ପେ୍ଲକ୍ସ ଗୃହ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇ ଆଜକୁ ୧୨ ବର୍ଷ ହେଲା ପଡି ରହିଥିଲେ ମଧ୍ୟ ତାହା ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କରାଯାଇଥିଲା ତାହା ଫଳପ୍ରଦ ହେଉନାହିଁ । ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ବ ହୀନ କାର୍ଯ୍ୟ ଯୋଗୁ ସରକାରଙ୍କ ବହୁ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା କେବଳ ପାଣିରେ ପଡିବା ସଙ୍ଗେ ସମାନ ହେଉଛି । ତାହା ଲୋକଙ୍କ କାମରେ ଲାଗୁ ନାହିଁ ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି, ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ପଞ୍ଚାୟତର ରେଢୁଆ ହାଟନିକଟରେ ୫ଲକ୍ଷଟଙ୍କା ବ୍ୟୟରେ ୨୦୦୬ରେ ନିର୍ମାଣ କରାଯାଇ ଥିବା ବିଜୁ ଗ୍ରାମୀଣ ମାର୍କେଟ କମ୍ପେ୍ଲକ୍ସ ଗୃହ ପଡି ରହିଛି । ଗତ ୨୦୦୬ ମସିହା ଡିସେମ୍ବର ମାସରେ ଏହି ମାର୍କେଟ ଗୃହକୁ ମୁଖ୍ୟ ମନ୍ତ୍ରୀ, ଜଗତସିଂହପୁର ଜିଲ୍ଲାପଳ, ତତ୍କାଳୀନ ବିଧାୟକ, ଉନ୍ମୋଚନ କରିଥିଲେ । ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ମାର୍କେଟ କମ୍ପେ୍ଲକ୍ସ ଗୃହକୁ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉନଥିବାରୁ ଏହି ଗୃହ ନଷ୍ଟ ହୋଇ ଭାଙ୍ଗିଯିବାକୁ ବସିଲାଣି ।

ଏହି ମାର୍କେଟ କମ୍ପେ୍ଲକ୍ସ ଗୃହ ନିର୍ମାଣ ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ନିର୍ମାଣ କରୁଥିଲେ ମଧ୍ୟ ତାହାର ସୁଫଳ ଲୋକମାନେ ପାଇ ପାରୁ ନାହାଁନ୍ତି । କାରଣ ଏହି ମାର୍କେଟ କମ୍ଲେକ୍ସ ଗୃହ ଗୁଡିକୁ ପ୍ରକୃତ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଦିଆନଯାଇ ପକାଇ ରଖାଯାଇଅଛି । ଯାହା ଫଳରେ ଏହି ବ୍ଲକ୍ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ବିଜୁ ଗ୍ରାମୀଣ ମାର୍କେଟ କମ୍ପେ୍ଲକ୍ସ ଗୃହ ଆଜକୁ ୧୨ବର୍ଷ ଧରି ପଡିରହିବା ଫଳରେ ସେଗୁଡିକ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି । ଏଥିପ୍ରତି ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜଗତସିଂହପୁର ନୂତନ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଇଛି ।

error: Thank You Keep Visiting