କୁଲୁମା ସ୍ୱାସ୍ଥ୍ୟ କେନ୍ଦ୍ରର ବିକାଶ ନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ-ପ୍ରତାପ ଜେନା

Straight to the Point

କଣିହାଁ : କଣିହାଁ ବ୍ଲକର କୁଲୁମା ସ୍ୱାସ୍ଥ୍ୟ କେନ୍ଦ୍ରଟି ବହୁ ବର୍ଷ ହେଲା ଅବହେଳିତ ହୋଇ ପଡିଥିଲା, କୌଣସି ରାଜନେତା ମାନଙ୍କର ଦୃଷ୍ଟି ପଡୁ ନଥିଲା । ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ତରଫରୁ ମହେଶ ସାହୁ ବିଧାୟକ ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା ସମୟରେ ଅଞ୍ଚଳ ବାସୀଙ୍କର ଦାବି ଥିଲା । ଏହା କିପରି ଉନ୍ନତ ଧରଣର ସ୍ୱାସ୍ଥ୍ୟ କେନ୍ଦ୍ର ହେବ, ଶ୍ରୀ ସାହୁ ବିଧାୟକ ହେଲା ପରେ ପ୍ରାୟ ୪ ବର୍ଷ ପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଯୋଗୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କିଛି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆରୋଗ୍ୟ କେନ୍ଦ୍ର କରିବା ପାଇଁ ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେଥିମଧ୍ୟରୁ କୁଳୁମା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅନ୍ୟତମ । ଅଗଷ୍ଟ ୧୪ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିଥିଲେ । ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଉପଜିଲ୍ଲାପାଳ ତାଳଚେର, ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

error: Thank You Keep Visiting