ତାଳଚେର ଯୁବରାଜ ଉଚ୍ଚ ବିଦ୍ୟାଳୟରେ ୪ ବର୍ଷ ହେବ ପ୍ରଧାନ ଶିକ୍ଷକ ନାହାନ୍ତି

Straight to the Point

ତାଳଚେର: ଅଭିଭକ୍ତ ଢ଼େଙ୍କାନାଳ ଜିଲ୍ଲାର ଦ୍ୱିତୀୟ ସର୍ବ ପୂରାତନ ଉଚ୍ଚବିଦ୍ୟାଳୟ ତାଳଚେର ଯୁବରାଜ ଉଚ୍ଚବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ରାଜନୀତିରେ, ଉଚ୍ଚ ପଦବୀରେ ଚାକିରୀ, ଓକିଲ, ସାମ୍ବାଦିକତାରେ ବହୁ ଟେକ ରଖିଛନ୍ତି ।ଏହି ବିଦ୍ୟାଳୟର ପୁରାତନ ଛାତ୍ର ମଧ୍ୟରୁ ପୂର୍ବତନ ରାଜ୍ୟ ସଭା ସାଂସଦ ସ୍ୱର୍ଗତ ପ୍ୟାରିମୋହନ ମହାପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, ପୂର୍ବତନ ବିଧାୟକ ବିଭୁନ୍ଦ୍ର ପ୍ରତାପ ଦାସ୍, ପୂର୍ବତନ ନଗରପାଳ (ସ୍ୱର୍ଗତ ପ୍ରଦୀପ ପଟ୍ଟନାୟକ, ସ୍ୱର୍ଗତ ରବି ନାହାକ ଓ କେଶବ ଭୂତିଆ) ବର୍ତ୍ତମାନର ବହୁ କାଉଁସିଲର, ସରପଞ୍ଚ, ସମିତି ସଦସ୍ୟ, ବରିଷ୍ଠ ଓକିଲ ଅରୁଣ ଶଙ୍କର ମିଶ୍ର, ସାମ୍ବାଦିକ (ଦେବୀ ମିଶ୍ର, ରଶ୍ମି ମିଶ୍ର, ତପନ ମହାରଣା) ଏବଂ ବହୁ ପ୍ରଶାସନ ଅଧିକାରୀ, ଆରକ୍ଷୀ ଅଧିକାରୀ ବିଭାଗ, ଇଂଞ୍ଜିନିୟରିଂ ବିଭାଗରେ ଚାକିରୀ କରୁଛନ୍ତି । ପ୍ରକାଶ ଥାଉକି ୧୦୦ ବର୍ଷର ସର୍ବପୁରାତନ ଯୁବରାଜ ଉଚ୍ଚ ବିଦ୍ୟାଳୟରେ ୪ ବର୍ଷ ହେବ ପ୍ରଧାନ ଶିକ୍ଷକ ନାହାନ୍ତି ସେହିପରି ଜଣେ ମାତ୍ର ପିଅନ ଥିବାରୁ ସଠିକ୍ ଭାବରେ କାର୍ଯ୍ୟ ହୋଇପାରୁ ନାହିଁ । ଏଣୁ ସାଧାରଣରେ ଦାବି ଏହି ୧୦୦ ବର୍ଷର ପୁରାତନ ଉଚ୍ଚ ବିଦ୍ୟାଳୟ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ ।

error: Thank You Keep Visiting