ରାଜୀବ ଗାନ୍ଧୀ ସଦ୍ଭାବନା ଦିବସ ପାଳିତ,ଡାକ୍ତରଖାନାରେ ଫଳ ବଣ୍ଟନ

Straight to the Point

ତାଳଚେର:  ତାଳଚେର ଆଜି ଜନଜାଗରଣ ପରିଷଦ ତରଫରୁ ରାଜୀବ ଗାନ୍ଧୀଙ୍କ ସଦ୍ଭାବନା ଦିବସ ପାଳନ କରାଯାଇଛି । ଏହି ଅବସରରେ ସଂଘର ସଭାପତି ଜିନେଶ ସାହୁଙ୍କ ନେତୃତ୍ୱରେ ତାଳଚେରର ବିଭିନ୍ନ ଅନୁଷ୍ଠାନର ମାନ୍ୟଗଣ୍ୟ ବ୍ୟକ୍ତି ଓ କିଛି ସାମାଜିକ ସଂଘର ସଦସ୍ୟ ଉପଖଣ୍ଡ ଚିକିତ୍ସାଳୟରେ ସକାଳ ୮.୩୦ ମି. ସମୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ଓ ରୋଗୀମାନଙ୍କର ଆରୋଗ୍ୟ କାମନା କରିଥିଲେ । ସେଠାରୁ ଯାଇ ପ୍ରେସ୍ କ୍ଲବଠାରେ ରାଜୀବ ଗାନ୍ଧୀଙ୍କର ସୃତିକୁ ମନେ ପକାଇ ତାଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରିବର୍ତ୍ତନ ଓଡିଶାର ଫାଉଣ୍ଡର ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପ୍ରଧାନ ରାଜୀବ ଗାନ୍ଧୀଙ୍କ କିର୍ତ୍ତୀ ବାଖ୍ୟା କରିବା ସହିତ ଦେଶ ପ୍ରତି ତାଙ୍କର ଅବଦାନକୁ ତାଳଚେର ସମସ୍ତ ଯୁବ ପିଢ଼ିଙ୍କୁ ଅବଗତ କରାଇଥିଲେ । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ରାଜୀବ ଗାନ୍ଧୀ ଏନ୍.ଟି.ପି.ସି. ଶୁଭ ଦେଇଥô୍ବା କଥାକୁ ମନେ ପକାଇଥିଲେ । ପୂର୍ବତନ ନଗରପାଳ କେଶବ ଭୂତିଆ ଓ ପୂର୍ବତନ ଜିଲ୍ଲା ପରିଷଦ ମେମ୍ବର ରାଜକିଶୋର ସାହୁ, ଯୁବକ ମାନଙ୍କ ପ୍ରତି ତାଙ୍କର ଯେଉଁ ଅବଦାନ କଥା ତାଙ୍କ ଅଭିଭାଷଣରେ ରଖିଥିଲେ । ଏଥିରେ ସାମ୍ବାଦିକ ବଜରଙ୍ଗ ଅଗ୍ରୱାଲ, ମାନବ ଅଧିକାର ସଂପାଦକ ବୀରବର ସାହୁ, ମୁକେଶ ଅଗ୍ରୱାଲ, ସାହିଲ ଜାଫର, ତୋଫାନ୍ କୁମାର ସଂହସାମନ୍ତ, ଶରତ ନାୟକ, ଦୁର୍ଗା ଶତପଥି, ଦେବୀ ପ୍ରସାଦ ପ୍ରଧାନ, ପ୍ରତାପ ପ୍ରଧାନ, ମାନସ ପ୍ରଧାନ ପ୍ରମୁଖ ତଥା ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଯୁବ ସମାଜ ସେବୀ ଭୂପେନ୍ ଥମ୍ବ ଧନ୍ୟବାଦ ଦେଇଥିଲେ ।

error: Thank You Keep Visiting