ପାଲତଳେ ବିତୁଛି ନୀରିହ ହିତାଧିକାରୀଙ୍କ ଦୈନଦିନ ଜୀବନ

An Independent Media

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତରେ ପକ୍ଷପାତିତା:ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତରେ ପକ୍ଷପାତିତା ଯୋଗୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ଥିବା ଅଭିଯୋଗ ହେଉଛି । ପଞ୍ଚାୟତର ଇଟାଟିକିରି ଗ୍ରାମର ଜିକୁନ୍ ବିବି, ସ୍ୱାମୀ – ସରିଫ ଉଦ୍ଦିନଙ୍କର ୩ଟି ପିଲା ଭିନ୍ନକ୍ଷମ ଥିବାବେଳେ ଘର ନିର୍ମାଣ କରିବାପାଇଁ ଅକ୍ଷମ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କ ଫର୍ମରେ ଘର ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ତଦନ୍ତ କରିବା ପାଇଁ ଆସିଥିବା ଅଫିସର ତଦନ୍ତ ନକରି ଫେରିଯାଇଥିବା ଜିକୁନ ବିବି କହିଥିଲେ । ସେହିପରି ଏହି ପଞ୍ଚାୟତରେ ଥିବା ଶାନ୍ତି ବଜାର ମଲିକ୍ ସାହିର କାଞ୍ଚନବାଳା ମଲ୍ଲିକ ଓ ମଞ୍ଜୁ ଲତା ମଲ୍ଲିକଙ୍କ ଘର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବାବେଳେ ବର୍ତ୍ତମାନ ଲଗାଣ ବର୍ଷାରେ ନଡ଼ାଛପର ଘରେ ଅନେକ ସ୍ତାନରେ ପାଣି ଗଳୁଥିବାରୁ ପାଲଟାଙ୍ଗି ଜିବନ ବିତାଉଥିବା ବିତାଉଥିବା ଦେଖିବାକୁ ମିଳିଛି । ପଞ୍ଚାୟତକୁ ଆସିଥିବା ତଦନ୍ତକାରୀ ଅଫିସର ତଦନ୍ତ ନକରି ଚାଲିଯାଇଥିବା ଉଭୟ ପରିବରାର ଲୋକ ଅଭିଯୋଗ କରୁଛନ୍ତି । ଜିକୁନ ବିବି, କାଞ୍ଚନବାଳା ଓ ମଞ୍ଜୁଲତାଙ୍କ ଘର ନୁହେଁ ଏମିତି ଏହି ପଞ୍ଚାୟତରେ ତଦନ୍ତ କରାଗଲେ ଅନେକ ପରିବାର ଲୋକଙ୍କ ଘର ଏଭଳି ଦୟନୀୟ ଅବସ୍ଥାରେ ଥିବା ଦେଖିବାକୁ ମିଳିବ । ଏମାନଙ୍କ ରୋଜଗାର କହିଲେ ଦିନ ମଜୁରିଆଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରିଥାଆନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବ ବାସହୀନ ଲୋକମାନଙ୍କ ପାଇଁ ବିଭିନ୍ନ ଆବାସ ଯୋଜନା ପ୍ରଣୟନ କରୁଛନ୍ତି । କେତେକ ଖଳ ପ୍ରକୃତିରେ ବ୍ୟକ୍ତିବିଶେଷଙ୍କ ପାଇଁ ଯୋଗ୍ୟହିତାଧିକାରୀମାନେ ଘର ଖଣ୍ଡିଏ ପାଇବାପାଇଁ ବଞ୍ଚିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତରେ ସ୍ୱଚ୍ଛତା ପାଇଁ ସରକାର ଅନ୍ୟ ବ୍ଲକର କର୍ମଚାରୀମାନଙ୍କୁ ନିୟୋଜିତ କରିଥିଲେ । ତିର୍ତ୍ତୋଲ ବ୍ଲକରେ ୨୯ଟି ପଞ୍ଚାୟତ ପାଇଁ ରଘୁନାଥପୁର ବ୍ଲକ, କୁଜଙ୍ଗ ବ୍ଲକ ସମେତ ଅନ୍ୟବ୍ଲକର କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଥିବା ହିତାଧିକାରୀମାନଙ୍କର ଘର ଘର ବୁଲି ତଦନ୍ତ କରିବାପାଇଁ ନିୟୋଜିତ ହୋଇଥିଲେ । କୃଷ୍ଣାନନ୍ଦପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତରେ ପକ୍ଷପାତିତା ହୋଇଥିବା ଜଣାପଡ଼ିଛି । ଯାହାଫଳରେ ପଞ୍ଚାୟତରେ ଅନେକ ଯୋଗ୍ୟ ହିତାଧିକାରୀ ତଦନ୍ତରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି ।

error: Thank You Keep Visiting