ଆନ୍ଦୋଳନକାରୀଙ୍କ ଆଗରେ ମୁଣ୍ଡନୂଆଁଇଲା ଏସାର କତ୍ତୃପକ୍ଷ

An Independent Media

ପାରଦୀପ: ପାରଦୀପ ଏସାର ଷ୍ଟିଲ ପରିବହନ କ୍ଷେତ୍ରରେ ଉପୁଜିଥିବା ବିବାଦର ଗତକାଲି ଗୁରୁବାର ସଂନ୍ଧ୍ୟାରେ ସମାସ୍ୟାର ସମାଧାନ ହୋଇଯାଇଛି । ଶେଷରେ କମ୍ପାନୀ କତ୍ତୃପକ୍ଷ ଆନ୍ଦୋଳନ କାରିଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁଛନ୍ତି । ଖବରରୁ ପ୍ରକାଶ ବନ୍ଦର ସମେତ ପିପିଏଲ, ଇଫକୋ, ଏସାର ଷ୍ଟିଲ୍, ତୈଳବିଶୋଧନାଗାର ଇତ୍ୟାଦି ପ୍ରକଳ୍ପ ପାଇଁ ସ୍ଥାନୀୟ ବହୁ ଜନସାଧାରଣ ନିଜର ଜମି ହରାଇଛନ୍ତି । ଏହି ଜମି ହରା ଚାଷିମାନେ ଆତ୍ମନିର୍ଭରଶୀଳ ପାଇଁ ଜମି ବିକ୍ରି ଅର୍ଥରେ ଟ୍ରକ୍, ଡମ୍ଫର, ଓ ହାଇୱା ଗାଡି କିଣି ବିଭିନ୍ନ କଳ କାରଖାନାରେ ଲଗାଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଏଥିପାଇଁ ପାରଦୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ଗଠିତ ହୋଇଛି । କିନ୍ତୁ ଦୀର୍ଘ ୩ମାସ ଧରି ଏସାର କମ୍ପାନୀରେ ପରିବହନ କାର୍ଯ୍ୟରେ ନିୟୋଜିତ ଗାଡି ଗୁଡିକର ବକେୟା ପାଉଣା ନଦେଇ ନୂଆ ଗାଡି ନିଯୋଜିତ କରିବାକୁ କମ୍ପାନୀ ଯୋଜନା କରୁଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହା କରାଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ଏବଂ ଏଥିପାଇଁ କମ୍ପାନୀ କତୃପକ୍ଷ ଦାୟୀ ରହିବ ବୋଲି ସଂଘ ସଭାପତି ରତ୍ନାକର ଜେନା ଚେତାବନୀ ଦେଇଥିଲେ । ଗତ ୧୦ବର୍ଷ ଧରି ଏସାର ଷ୍ଟିଲ୍ କାରଖାନାରେ ପଣ୍ୟ ଆମଦାନୀ ଓ ରପ୍ତାନୀ କାର୍ଯ୍ୟ ଏହି ସଂଘ ତରଫରୁ କରାଯାଉଥିଲା । ଏବଂ ଏ ବାବଦକୁ ଅଦ୍ୟାବଧି ପ୍ରାୟ ୩ମାସର ବକେୟା ପାଉଣା ମିଳିନଥିବା ଅଭିଯୋଗ ହୋଇଥିଲା । ବକେୟା ପାଉଣା ଭଡା ପଇଠ ନକରି କମ୍ପାନୀ କତ୍ତୃପକ୍ଷ କଟକର ଏକ ପରିବହନ ସଂସ୍ଥା ସ୍ୱସ୍ତିକ୍ ଷ୍ଟିଭେଡୋର୍ସ ଜରିଆରେ ବାହାର ଗାଡିଗୁଡିକ ନିୟୋଜିତ କରୁଥିବାର ଯୋଜନା କରୁଥିବା ଖବର ସାଧାରଣରେ ବେଶ୍ ଉତେଜନା ସୃଷ୍ଟି କରୁଥିଲା । ତେବେ ବୁଧବାର ଠାରୁ ସଂଘର ସଭ୍ୟମାନେ ଏସାର ଗେଟ୍ ସମ୍ମୁଖରେ ବିକ୍ଷୋଭ ଜାରି ରଖିଥିଲେ । ଏ ବାବଦରେ ଏସାର କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସ ଓ ଏଡିଏମ୍ଙ୍କୁ ଅବଗତ ଚିଠି ମାଧ୍ୟମରେ ଅବଗତ କରାଇ ତୁରନ୍ତ ଏ ସମସ୍ୟାର ସମାଧାନ ନ ହୁଏ ତେବେ ସମସ୍ତ ସଭ୍ୟ ନିଜ ଗାଡି ସହ ସହ ପରିବାରେ ଏସାର ଫାଟକ ଆଗରେ ଆମରଣ ଅନସନରେ ବସିବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଥିଲା । ଅନ୍ୟପକ୍ଷରେ ପାରଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ର କହିଛନ୍ତି ଯେ ଏ ଘଟଣା ଉପରେ ପୋଲିସ ତିକ୍ଷ୍ନ ନଜର ରଖିଛି ଏବଂ ଆଇନ ଅନୁଯାୟୀ ଏହାର ସମାଧାନ କରାଯିବାର ଚେଷ୍ଠା ଚାଲିଛି । ତେବେ ଘଟଣାର ସମାଧାନ ପାଇଁ ସଂଘର ସଭାପତି ରତ୍ନାକର ଜେନା ସ୍ଥାନୀୟ ପୋଲିସ ପ୍ରଶାସନ , ଏଡିମ୍ ଓ ଏସାକ କତ୍ତୃପକ୍ଷଙ୍କୁ ସାଧାୁବାଦ୍ ଓ ଧନ୍ୟବାଦ ଜଣାଇଥିଲେ ।

error: Thank You Keep Visiting