ଓଏସ୍ଏଲ୍ ଛଟେଇ ଶ୍ରମିକମାନେ ଆମରଣ ଅନସନରେ ବସିଲେ

An Independent Media

ପାରଦୀପ: ଦୀର୍ଘ ୬ଦିନ ହେବ ଓଏସ୍ଏଲ୍ ଅଫିସ କାର୍ଯ୍ୟାଳୟ ଆଗରେ ଛଟେଇ ଶ୍ରମିକ ମାନେ ଧାରଣାରେ ବସିଥିବା ବେଳେ ତାଙ୍କ କଥା କେହି ନବୁଝିବାରୁ ସେ ଆଜି ଆମରଣ ଅନସନ ଆରମ୍ଭ କରିଛନ୍ତି । ଗତ ଦୁଇ ତଳେ ପ୍ରଶାସନ ଏହି ଜାଗାରେ ୧୪୪ଧାରା ଜାରିକରିଥିବା ବେଳେ ପୋଲିସ ପକ୍ଷରୁ ଧାରଣା ସ୍ଥଳରେ ନାଲି ପତକା ମରାଯାଇଥିଲା । ସୂଚନା ଯୋଗ୍ୟ କି ଗତ ୨୧ତାରିଖ ଦିନ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ କେତେକ ଶ୍ରମିକ ବେତନ ବୃଦ୍ଧି ଓ ପଦନ୍ୱିତ ଦାବି କରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ଏହାପରେ ଷ୍ଟିଭେଡୋର୍ସ ଓ ଇକ୍ୟୁମେଣ୍ଟ ସପ୍ଳାଇ ସଂସ୍ଥାର ପ୍ରାୟ ୩୦୦ରୁ ଉର୍ଦ୍ଧ ଶ୍ରମିକ ମାନଙ୍କର ଗେଟ୍ ପାସକୁ ରଦ୍ଧ କରିଥିଲେ । ପୋଲିସ ପ୍ରଶାସନ ସହିତ ଆଲୋଚନା ପରେ ଶ୍ରମିକ ମାନେ ତାଙ୍କର ଆନ୍ଦୋଳନକୁ ସ୍ଥଗିତ ରଖିଥିବା ବେଳେ ପୂର୍ବପରି ସେମାନଙ୍କର ଗେଟ୍ ପାସ ରଦ୍ଦ ଅବ୍ୟାହତ ରହିଥିଲା । ଫଳରେ ଶ୍ରମିକ ମାନେ ବନ୍ଦର ନିଶିଦ୍ଧାଞ୍ଚଳକୁ ଯାଇପାରିନଥିଲେ । ଗେଟ୍ ପାସ ରଦ୍ଦ ପତ୍ୟାହୃତ ଦାବିରେ ଶ୍ରମିକ ମାନେ ଗତ ୬ଦିନ ହେବ ଓଏସ୍ଏଲ୍ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିରହିଛନ୍ତି । ଗୋଟିଏ ପଟେ ପ୍ରଶାସନର ୧୪୪ଧାରା ଜାରୀ ଓ ଅନ୍ୟପଟେ ପ୍ରଶାସନର ୧୪୪କୁ ବେଖାତରି କରି ଧାରଣାକାରୀ ମାନେ ଅନସନ ଆରମ୍ଭ କରିବା ଏକପ୍ରକାର ଶ୍ରମିକ, ପ୍ରଶାସନ ଓ ଷ୍ଟିଭେଡୋର୍ସ ସଂସ୍ଥା ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି କରିଛି । ଯେ ପର୍ଯ୍ୟନ୍ତ ଗେଟ୍ ପାସ୍ ରଦ୍ଦକୁ ପତ୍ୟାହର ନକରାଯାଇଛି । ସେ ପର୍ଯ୍ୟନ୍ତ ଶ୍ରମିକମାନେ ସେମାନଙ୍କର ଆମରଣ ଅନସନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

error: Thank You Keep Visiting