ବିଜେପି କାଉନସିଲରଙ୍କ ୫୦ ଜଣ ସମର୍ଥକ ବିଜେଡିରେ ମିଶିଲେ

An Independent Media

ତାଳଚେର: ଆଜି ତାଳଚେର ପୌରପରିଷଦର ୱାର୍ଡ ନଂ-୧୨ କାଉଁସିଲର ଶ୍ରୀମତୀ ଖଣ୍ଡୁଆଳ ୨ ଦିନ ତଳେ ବିଜେପିରେ ମିଶିଥିଲେ । ତାଙ୍କ ୫୦ ଜଣ ସମର୍ଥକ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନିଜସ୍ୱ କାର୍ଯ୍ୟାଳୟ ନନ୍ଦିରା ଠାରେ ବିଜେଡିରେ ମିଶ୍ରଣ କରିଥିଲେ । ମାନ୍ୟବର ବିଧାୟକ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ବିଜେଡି ଉତ୍ତରୀୟ ଦେଇ ସ୍ୱାଗତ କରିବା ସହିତ ଦଳର ନୀତି ନିୟମ ଓ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରକାଶ ଥାଉକି, କାଉଁସିଲର ମୋହଦୟା କଂଗ୍ରେସ ଦଳରୁ ବିଜେପିରେ ମିଶିଥିଲେ । ତାଙ୍କ ସମର୍ଥକ ଅସନ୍ତୁଷ୍ଟ ହୋଇ ୫୦ ଜଣ ସମର୍ଥକ ବିଜେଡିରେ ମିଶିଲେ । ବିଜେଡିର ମିଶ୍ରଣ ପର୍ବରେ ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ ରାଜେଶ କୁମାର ଦାସ୍, ଯୁବ ନେତା ସୁଲେଖ ସେଠୀ, ସଇଦ୍ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting