ଜୋର ଧରିଲା ତାଳଚେର ବିଇଓ ହଟାଓ ଦାବୀ

An Independent Media

ଅନୁଗୋଳ: ତାଳଚେର ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମୌସୁମୀ ସାହୁଙ୍କର କ୍ରୁର ଓ ଆଶାଳୀନ ବ୍ୟବହାରରେ ଅତିଷ୍ଠ ହୋଇ ଆମ୍ଭେ ମାନସିକ ଯନ୍ତ୍ରଣାରେ ଜର୍ଜରିତ, ତାଳଚେର ବ୍ଲକର ସମସ୍ତ ଶିକ୍ଷକ / ଶିକ୍ଷୟିତ୍ରୀ ପୂର୍ବରୁ ମାନ୍ୟବରଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଗତ ତା ୨୯.୦୭.୨୦୧୮ ରିଖରୁ ଦାବୀପତ୍ର ପ୍ରଦାନ କରି ସୁଫଳ ପାଇ ପାରିନାହୁଁ । ଏଣୁ ସମୂହ ନିଷ୍ପତ୍ତି କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହାଶୟାଙ୍କର ବଦଳି ପାଇଁ ଆସନ୍ତା ତା ୦୫-୦୮-୨୦୧୮ ରିଖ ବୁଧବାର “ପବିତ୍ର ଗୁରୁ ଦିବସ” ଅବସରରେ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ରସ୍ଥ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଅପରାହ୍ନ ୨ ଘଟିକା ସମୟରେ ପଦଯାତ୍ରାରେ ବାହାରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅପରାହ୍ନ ୪ ଘଟିକା ସମୟରେ ମାନ୍ୟବରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ହେବୁ । ସଭାପତି ଉଷାରାଣୀ ପଣ୍ଡା ଓ ସଂପାଦକ ସଂଜୟ କୁମାର ପ୍ରଧାନ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି । ଏହାର ନକଲ କପି ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ ଏବଂ ଅନୁଗୋଳ ଜିଲ୍ଲାପରିଷଦ ସଭାପତି ମହୋଦୟାଙ୍କୁ ପ୍ରେରଣ କରିଛନ୍ତି ।

error: Thank You Keep Visiting