ସମସ୍ୟା ଘେରରେ ନବକୃଷ୍ଣ ଚୈାଧୁରୀ ଶିକ୍ଷା ପ୍ରତିଷ୍ଠାନ

An Independent Media

ଜଗତସିଂହପୁର: ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ଗ୍ରା.ପ.ର ଅବସ୍ଥାପିତ ନବକୃଷ୍ଣ ଚୌଧୁରୀ ଶିକ୍ଷାନୁଷ୍ଠାନ ବହୁ ବିଧ ସମସ୍ୟା ସମ୍ପର୍କରେ ଆଜି ଜଇଶୋଳ କମଳା ମଣ୍ଡପରେ ବରାଗୋଳ, ଜଇଶୋଳ, ତରିକୁନ୍ଦ, ରମ୍ଭାଦେଇପୁର ୪ ଗୋଟି ଗ୍ରା.ପ.ର ଅଧିବାସକୁ ନେଇ ଏକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ତିନି ଗୋଟି ଗ୍ରା.ପ.ର ସରପଂଚ ତରିକୁନ୍ଦ ଗ୍ରା.ପ. ଜଇଶୋଳ ଗ୍ରା.ପ. ରମ୍ଭାଦେଇ ପୁର ଗ୍ରା.ପ ଯୋଗଦେଇଦେଇଥିଲେ । ଏହି କଲେଜର ବହୁ ବିଧ ସମସ୍ୟାର ସମାଧାନ କରାଯିବା ନିମନ୍ତେ ନବକୃଷ୍ଣ ଚୌଧୁରୀ ଆଂଚଳିକ ଉନ୍ନୟନ କମିଟି ଗଠନ କରାଯାଇ ଥିଲା । ଏଥିରେ ବିଗତ ଦିନରେ ନବକୃଷ୍ଣ ଚୌଧୁରୀ ଶିକ୍ଷା ପ୍ରତିଷ୍ଠାନରେ ଯେଉଁ ପରିଚାଳନା କମିଟି ମନମୁଖୀ ଗଠନ କରାଯାଇଅଛି ତାହାର ପୁନଃଗଠନ ନିମନ୍ତେ ଏହି ଅଂଚଳବାସୀ ମାନଙ୍କୁ ନେଇ କମିଟି ଗଠନ କରାଯିବା ପାଇଁ ଦାବୀ କରାଯାଇଥିଲା । ଅନିୟମିତତା ଉପାୟରେ ଏହି କଲେଜରେ ଦିଆଯାଇଥିବା ନିଯୁକ୍ତିକୁ ବାତିଲ କରିବାପାଇଁ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପରିଚାଳନା କମିଟିରେ ବାହ୍ୟ ହସ୍ତକ୍ଷେପକୁ ସଂପୁର୍ଣ୍ଣ ବିରୋଧ କରାଯାଇଥିଲା । ବିଗତ ୪ ବର୍ଷ ୬ ମାସ ମଧ୍ୟରେ ତିର୍ତ୍ତୋଲ ବିଧାୟୀକା ଡ. ରାଜଶ୍ରୀ ମଲ୍ଲିକ କଲେଜକୁ ଆର୍ଥିକ ଓ ପରିଚାଳନା ଗତ ସହଯୋଗ କରୁନଥିବାରୁ ଏଥିରେ ନିନ୍ଦା କରାଯାଇଥିଲା । ଆଗାମୀ ଦିନରେ କଲେଜର ବିଭିନ୍ନ ସମସ୍ୟା ତଥା ପରିଚାଳନା ସମ୍ପର୍କତି ସମସ୍ୟାକୁ ଏହି କମିଟି ମାଧ୍ୟମରେ ସମାଧାନ କରାଯିବାକୁ ସ୍ଥିର କରାଗଲା । ନବକୃଷ୍ଣ ଚୌଧୁରୀ ଆଂଚଳିକ କମିଟିର ସଭାପତି ସୁବୋଧ ବାରିକ, କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ଜେନା, କଲିମୁଦ୍ଦିନ ଖାଁ, ସୁବାସ ସାହାଣି, ଶ୍ରୀକାନ୍ତ ସ୍ୱାଇଁ, ପବନ କୁମାର ଭୋଇ ଏବଂ ସମ୍ପାଦକ ଭାବେ ଅଭିମନ୍ୟୁ ନାୟକଙ୍କ ସହିତ ୩୦ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା । ଏହି ସମ୍ମିଳନୀରେ ସରପଂଚ ଭ୍ରମରବର ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ପ୍ରମୋଦ କୁମାର ଜେନା, ସୁବୋଧ ବାରିକ, ଅର୍ଜୁନ ରାଉତ, ବିଶ୍ୱଜିତ୍ ମହାନ୍ତି, ଧରଣି ନାୟକ, କୈଳାସ ଚନ୍ଦ୍ର ରାୟ, ଜୟ ମହାନ୍ତି, କେଳୁ ଚରଣ ଦାସ, ବିଶ୍ୱନାଥ ମହାନ୍ତି, ପ୍ରବୋଧ କୁମାର ଜେନା, ନବ କିଶୋର ମଲିକ, ସୁବାସ ଦାସ, ପ୍ରମୁଖ ଶତାଧିକ ବୁଦ୍ଧିଜୀବିମାନେ ଯୋଗଦେଇଥିଲେ ।

error: Thank You Keep Visiting