କଳା ଓ କ୍ରୀଡା ସାମୁହିକ ପ୍ରଶିକ୍ଷକ ମାନଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

An Independent Media

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ ଓ ଶିକ୍ଷାଅଧିକାର ଯୋଜନାରେ ଅନ୍ତର୍ଭୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ୨୦୧୩ମସିହାରୁ କାର୍ଯ୍ୟରତ କଳା ଓ କ୍ରୀଡା ସାମୁହିକ ପ୍ରଶିକ୍ଷକ ମାନଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।ଶିକ୍ଷା ଅଧିକାର ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ଓଡିଶା ସରକାରବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସତ୍ତେ୍ୱମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନ ବୃଦ୍ଧି ହେଉନଥିଲା । ତେଣୁ ସରକାର ବିଦ୍ୟାଳୟ ମାନଙ୍କରେ କଳା ଓ କ୍ରୀଡା ସାମୁହିକ ପ୍ରଶିକ୍ଷକ ନିଯୁକ୍ତି ପରଠାରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ହେବା ସହିତ ବିଭିନ୍ନ କଳାରେ ଓଡିଶାପାଇଁ ମଧ୍ୟ ଗୌରବ ଆଣିଛନ୍ତି ।

ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ଜଗତସିଂହପୁର ଜିଲ୍ଲା ସଭାପତି କେଶବ ଜେନା ସଂପାଦକ ଦିପେନ୍ଦ୍ର ବେହେରା କହିଛନ୍ତ ଯେ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗରେ ସର୍ବଶିକ୍ଷା ଏବଂ ଶିକ୍ଷାଅଧିକାର ଯୋଜନାରେ ନିଯୁକ୍ତି ପାଉଥିବା ଅନ୍ୟଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି କରୁଥିଲାବେଳେ ସ୍ୱତନ୍ତ୍ର ନିୟମ ଥାଇ ମଧ୍ୟ କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଦିର୍ଘ ୫ବର୍ଷ ଧରି ସ୍ଥାୟୀ ନିଯୁକ୍ତି ଦାବି କରିଆସୁଥିଲେ ମଧ୍ୟ ସେମାନଙ୍କ ଦାବୀ ସରକାର ଅଣଦେଖା କରୁଛନ୍ତି । ତେଣୁ କଳା ଓ କ୍ରୀଡା ଶିକ୍ଷକ ମାନେ ଗୁରୁଦିବସ ଅବସରରେ ସେମାନଙ୍କର ମୌଳିକ ଦାବିନେଇ ବିଧାନସଭା ସମ୍ମୁଖରେ ଧାରଣା ଦେବେବୋଲି ଚେତାବନି ଦେଇଛନ୍ତି । ଏଥିରେ କୋଷଧ୍ୟକ୍ଷ ଅନିଲ ପୋଥାଳ, ଲକ୍ଷ୍ମୀଧର ବେହେରା,ଜଗନ୍ନାଥ ରାଉତ, ଦିଲ୍ଲିପ ସ୍ୱାଇଁ,ପବିତ୍ର ଗାୟନ, ଜିତେନ୍ଦ୍ର ସ୍ୱାଇଁ ବିପିନ ମୁଦୁଲି, ପ୍ରଶାନ୍ତ ପାଳ ପ୍ରମୁଖ ଉପସ୍ଥିତ ରହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

error: Thank You Keep Visiting