ବିଜେପି ମହିଳା ମୋର୍ଚ୍ଚାର ବୁଥ୍ ଅଭିଯାନ

An Independent Media

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅଧିନସ୍ତ କାଦୁଅପଡା ସ୍ଥିତ ମୁଦୁପୁର ଗ୍ରାମପଞ୍ଚାୟତର ଛେଳିଆଗଡ ଗ୍ରାମର ଦୁର୍ଗାମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାନେତ୍ରୀ ଝୁନୁବାଳା ସ୍ୱାଇଁଙ୍କ ନେତୃତ୍ୱରେ ବୁଥ୍ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ କ୍ରୀଷ୍ଣା ମହାନ୍ତି ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ମଣ୍ଡଳର ପଦାôଦକାରୀ ମାନଙ୍କୁ ମଣ୍ଡଳରେ ଥିବା ମୁଦୁପୁର, କାଦୁଅପଡା, ଓଡିଶୋ, ଅଳସୁଧା, ପିତେଇପୁର, ବଳରାମପୁର, ପ୍ରଭୃତି ୬ଗୋଟି ଗ୍ରାପଞ୍ଚାୟତରେ ସମସ୍ତ ବିଧାନ ସଭାବୁଥରେ ବୁଥ୍ ଅଭିଯାନ କିଭଳି ସଫଳ ହେବ ସେ ସଂପର୍କରେ ଆଲୋଚନା କରିବା ସହିତ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କର ବିଭିନ୍ନ ମହିଳା କଲ୍ୟାଣ କାରୀ ଯୋଜନା ଯଥା ସୁକନ୍ୟା,ବେଟି ପଢାଅ, ବେଟିବଚାଓ, ଉଜ୍ଜଳା, ବାଳିକା ସମୃଦ୍ଧ ଯୋଜନା, ଆୟୁଷ୍ମାନ ଭାରତ, ସୌଭାଗ୍ୟ ଯୋଜନା, ଜନଧନ ଯୋଜନା ଉପରେ ଆଲୋକପାତ କରିଥିଲେ ଏହି ବୈଠକରେ ସାଧାରଣ ସଂପାଦିକା ପ୍ରଭାସିନି ରାୟ .ସୌଦାମିନି ବେହେରା, ଧନେଶ୍ୱର ରାୟ, ଝରଣା ବେହେରା, ମିଲି ବେହେରା ପ୍ରମୁଖ ମହିଳା କର୍ମୀ ମାନେ ଯୋଗଦେଇଥିଲେ ।

error: Thank You Keep Visiting