କଳା ଓ କ୍ରୀଡା ପ୍ରଶିକ୍ଷକ ମହାସଂଘ ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

An Independent Media

ଯାଜପୁର: ୨୦୧୩ ମସିହାଠାରୁ ଓଡିଶା ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ସର୍ବଶିକ୍ଷା ଅଭିଯାନ ଏବଂ ଶିକ୍ଷା ଅଧିକାର ଯୋଜନା ଅର୍ନର୍ଭୂକ୍ତରେ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଅଛି । ମାତ୍ର ବିଦ୍ୟାଳୟ ମାନଙ୍କରେ କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ସାମୁହିକ ଭାବେ ନିଯୁକ୍ତି ପ୍ରଦାନ କରି ମାସିକ ୨୪ ଟି ପିରିୟଡ ପାଇଁ ଦୈନିକ ୨୩୨ ଟଙ୍କା ଲେଖାଏଁ ପ୍ରଦାନ କରୁଥିବା ବେଳେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଥିବା କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଜୀବନ ଜୀବିକା ପାଇଁ କଷ୍ଟକର ବ୍ୟାପାର ହୋଇପଡିଛି । ଏଠାରେ ସୂଚନା ଯୋଗ୍ୟ କଳା ଓ କ୍ରୀଡା ପାଇଁ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନ ବଢୁଅଛି । ଏତତ୍ ବ୍ୟତିତ ଏହି ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କ ଦାୟିତ୍ୱ ବୋଧତା ଉପରେ ଗୁରୁତ୍ୱାରୋପ କରିଥାନ୍ତି । ରାଜ୍ୟ ସରକାର ଏହି ପ୍ରଶିକ୍ଷକ ମାନଙ୍କ ଦାବୀକୁ ବାରମ୍ବାର ଅଣଦେଖା କରିବା ସହ ଶିକ୍ଷକମାନଙ୍କ ଦାବୀପ୍ରତି ସହଯୋଗ ନ ଦେଉଥିବାରୁ ଆଗାମୀ ଦିନରେ ମହାସଂଘ ପକ୍ଷରୁ ବିଧାନ ସଭା ସମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣାକୁ ଓହ୍ଲାଇବ ବୋଲି ଜିଲ୍ଲା ସଂଘର ଉପସ୍ଥିତ କର୍ମକର୍ତ୍ତା ତଥା ନିଗମ ନନ୍ଦମିଶ୍ର, ରବିନ୍ଦ୍ର ଦଳାଇ, କମଳାକାନ୍ତ ପ୍ରଧାନ, ମନୋଜ ଖୂଣ୍ଟିଆ, ରଞ୍ଜିତ ମଲ୍ଲିକ, ପ୍ରଦୀପ ଦାସ, ପ୍ରତାପ ପଣ୍ଡା, ସୋମେନ୍ଦ୍ର ବୋଇତେଇ, ପ୍ରଦୀପ୍ତ ସାହୁ, ଚନ୍ଦ୍ରମଣୀ ମହାନ୍ତ, ସତ୍ୟଜିତ ହାଲଦାର, ଦିବାକର ମଲ୍ଲିକ, ନିହାର ରଞ୍ଜନ ସାମଲ, ପି. ଏମ୍. ଉତ୍ପଳ କୁମାର ବିଶ୍ୱାଳ, ଦୀପକ ସାମଲ, ଆବାହକ ଅଶୋକ ବରାଳ, ରାଜ୍ୟ ସଂଯୋଜକ ପ୍ରୀତମ ପଦ୍ମଲୋଚନ, ଜିଲ୍ଲା ସଭାପତି ପଙ୍କଜ ମଲ୍ଲିକ, ସଂପାଦକ ସନ୍ଦୀପ ମୁଦୁଲି, ଓ ରାଜ୍ୟ ସହ ସଂମ୍ପାଦକ ଅନିଲ କୁମାର ମହାନ୍ତି ପ୍ରମୂଖ ଜିଲ୍ଲାପାଳଙ୍କୁ ଭେଟି ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

error: Thank You Keep Visiting