ଶ୍ରମିକ କୃଷକ ସଂଘର୍ଷ ସମାବେଶକୁ ସମର୍ଥନ କରି ଗଣଧାରଣ

An Independent Media

ଜଗତସିଂହପୁର: ଭାରତର ଟ୍ରେଡୟୁନିୟନକେନ୍ଦ୍ର ସିଆଇଟିୟୁ ପକ୍ଷରୁ ଶ୍ରମିକ ମାନଙ୍କର ପାର୍ଲିଆମେଣ୍ଟ ଘେରାଉକୁ ସମର୍ଥନ କରି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସିଆଇଟିୟୁ ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଆଇଟିୟୁର ରାଜ୍ୟସଂପାଦକ ଲୋଭାକାନ୍ତ ସ୍ୱାଇଁ ଯୋଗଦେଇ କହିଥିଲେ ଆମଦେଶର ସମ୍ପତ୍ତି ଏକପ୍ରତିଶତ ଲୋକଙ୍କ ହାତରେ ୭୩ଭାଗ ସମ୍ପତ୍ତି ଅଛି । ଫଳରେ ଧନି ଦାରିଦ୍ରର ତାରତମ୍ୟ ଅହେତୁକ ଭାବରେ ବୃଦ୍ଧି ପାଉଛି । ବିକାଶର ନାରା ଦେଉଥିବା କେନ୍ଦ୍ର ଓ ରାଜ୍ୟ ସରକାର କେବଳ ଧନୀ ମାନଙ୍କର ବିକାଶ ଘଟିଛି ।

ସ୍କିମରେ କାମ କରୁଥିବା ଆଶା,ଅଙ୍ଗନୱାଡି,ପାଚିକା ମାନଙ୍କୁ ଶ୍ରମିକର ମାନ୍ୟତା ମିଳୁନାହିଁ କି ସର୍ବନିମ୍ନ ମଜୁରି ମଧ୍ୟ ମିଳୁନାହିଁ । ସବୋର୍ଚ୍ଚ ନ୍ୟାୟଳୟ ର ନିର୍ଦ୍ଦେଶନାମାକୁ ବେଖାତିର କରି ସମାନକାମକୁ ସମାନ ମଜୁରୀ ଦେଉନାହାନ୍ତି । ଫଳରେ ଅଗଣିତ ଶ୍ରମିକ କର୍ମଚାରୀ ବେଠି ଖଟୁଛନ୍ତି । ଶ୍ରମିକ ମାନଙ୍କପାଇଁ ଥିବା ୪୪ଟି ଆଇନ୍କୁ ପରିବର୍ତ୍ତନ କରି ୪ଟି କୋଡରେ ପରିଣତ କରିବାପାଇଁ ଲୋକସଭାରେ ବିଲ ଆଗତ କରିଥିବା ବେଳେ ଓଡିଶାରେ ନବୀନବାବୁଙ୍କ ସରକାର ଏହାକୁ ସମର୍ଥନ କରୁଛନ୍ତି । ଯାହାଫଳରେ ଲକ୍ଷଲକ୍ଷ ଶ୍ରମିକ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଅଧିକାରରୁ ବଞ୍ôଚତ ହେବେ ।

ଏହି ସବୁ କେନ୍ଦ୍ର ଓ ରାଜ୍ୟର ନିତୀକୁ ବିରୋଧକରି ଦୃଢ ପ୍ରତିବାଦ କରିବା ସହ ୨୨ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ଧାରଣାରେ ଜିଲ୍ଲା କାର୍ଯ୍ୟାକାରୀ କମିଟି ସଭ୍ୟ ନଟବର ପଲେଇ,ଶ୍ରମିକ ନେତା ଯୁଧିଷ୍ଟର ଦାସ,ପ୍ରଫୁଲ ନାୟକ,କୃଷ୍ଣଚନ୍ଦ୍ର ବସ୍ତିଆ,ତପନ ସେଠୀ,ଅନନ୍ତ ଦାସ,ନାରାୟଣ କବି,ସୁବାଷ ମହାରଣା ,ରବିନ୍ଦ୍ରନାଥ ସାହୁ ,ଗୋବିନ୍ଦ ମଲ୍ଲିକ,ଚିତ୍ତରଂଜନ ମଲ୍ଲିକ ,ଅଜୁର୍ନ ସ୍ୱାଇଁ,ନରେନ୍ଦ୍ର ଭୋଇ,ଶୁକଦେବ ଦାସ,ଆଶାକର୍ମୀ ଆସୋସିଏସନର ଲକ୍ଷ୍ମୀପ୍ରିୟା ମହାପାତ୍ର,କୁନିଲତା ମଲ୍ଲ,ସଞ୍ଜୁଲତା ମଲ୍ଲିକ,ସୁଲୋଚନା ପରିଡା,ସନ୍ତୋଷ ମହାରଣା ,ଆରତୀ ରାଉତ,ପ୍ରତାପ ସୁତାର,ଧନେଶ୍ୱର ସାହୁ,ସନ୍ତୋଷ ଓଝା,ପ୍ରମୁଖ ନେତୃତ୍ୱନେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

error: Thank You Keep Visiting