୮ରୁ ଜଗତସିଂହପୁର ଜିଲ୍ଲାରେ ମୁଁ ହିରୋ ଅଭିଯାନର ଶୁଭାରମ୍ଭ

An Independent Media

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଜୁଯୁବ ବାହିନୀ ଯୋଜନାରେ ମୁଁ ହିରୋ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଯାମିନୀ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ତରରେ ମୁଁ ହିରୋ ଅଭିଯାନ ଅଗଷ୍ଟ ୨୭ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ।

ଜିଲ୍ଲାପାଳ ଶ୍ରୀମତି ଷଡଙ୍ଗୀ ଅଧ୍ୟକ୍ଷତା କରି କହିଥିଲେ ମୁଁ ହିରୋ ଅଭିଯାନର ଉଦ୍ଦେଶ୍ୟ ହେଉଛିସ୍ଥାନୀୟ ଅଞ୍ଚଳର ଗୋଷ୍ଠିପାଇଁ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ଯୁବକଯୁବତୀଙ୍କୁ ଚିହ୍ନଟକରି ସମ୍ବର୍ଦ୍ଧିତ କରିବା ,ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଯୁବକଯୁବତୀ ଙ୍କୁ ସଚେତନକରିବାପାଇଁ ମୁଁ ହିରୋ କାରାଭାନ୍ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପରିକ୍ରମ କରିବ ।ଜଗତସିଂହପୁର ଜିଲ୍ଲାରେ ମୁଁ ହିରୋ କାରାଭାନ୍ ସେପ୍ଟେମ୍ବର ୮ତାରିଖରେ ପହଞ୍ôଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅଭିଯାନ ଶୁଭାରମ୍ଭ କରାଯିବ ।

ଏହି ମୁଁ ହିରୋ କାରାଭାନ୍ ନାଉଗାଁ ବ୍ଲକ ସେପ୍ଟେମ୍ବର ୮ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଏବଂ ନାଉଗାଁ ହାଟ,୯ରେ ବାଲିକୁଦା ବ୍ଲକର ବାଲିକୁଦା ମହାବିଦ୍ୟାଳୟ,୧୦ରେ ଜଗତସିଂହପୁର ଏସଭିଏମ କଲେଜ,୧୧ରେ ବିରିଡି ବ୍ଲକର ଅଳକା ମହାବିଦ୍ୟାଳୟ,ଅନନ୍ଦବଟ,୧୨ରେ ରଘୁନାଥପୁର ବ୍ଲକର ସ୍ୱାମୀଅରୁପାନନ୍ଦ ମହାବିଦ୍ୟାଳୟ କୁର୍ତ୍ତାର, ୧୩ରେ ତିର୍ତ୍ତୋଲ ବ୍ଲକର ଆଦିକବି ଶାରଳା ଦାସ ମହାବିଦ୍ୟାଳୟ ,୧୪ରେ ଏରସମା ବ୍ଲକ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ କୃଷ୍ଣଚନ୍ଦ୍ରପୁର,୧୫ରେ କୁଜଙ୍ଗ ବ୍ଲକର ସାରଳା ମହାବିଦ୍ୟାଳୟ ରାହାମା ରେ ପହଞ୍ôଚ କାର୍ଯ୍ୟକ୍ରମ ତଥ୍ୟଭିତ୍ତିକ ଓ ଆମୋଦ ପ୍ରମୋଦ ମାଧ୍ୟମରେ ଯୁବବର୍ଗଙ୍କୁ ସଚେତନ କରିବ ।

ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ ଦାସ,ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ବିଡିଓ, ଜିଲ୍ଲା କ୍ରୀଡାଅଧିକାରିଣୀ ବିଶ୍ୱବିଜୟିନୀ ପଟ୍ଟନାୟକ, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ,ବିଜୁଯୁବବାହିନୀର ସଂଯୋଜକ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

error: Thank You Keep Visiting