ଜିଲ୍ଲାସ୍ତରୀୟ ସ୍ୱଛ ବିଦ୍ୟାଳୟ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

An Independent Media

ଜଗତସିଂହପୁର: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ସ୍ୱଛ ବିଦ୍ୟାଳୟ ପୁରସ୍ଖାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ୟାମିନୀ ଷଡଙ୍ଗୀ କହିଲେ ସ୍ୱଛ ଭାରତ ମିଶନମାଧ୍ୟମରେ ସ୍ୱଛ ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯାଉଛି । ଶୈାଚାଳୟ ପରିସ୍କାର ରଖିବା,ପରିବେଶକୁ ସ୍ୱଛରଖିବା ଆମର କର୍ତ୍ତବ୍ୟ । ରାଜ୍ୟ ସରକାର “ସ୍ୱଛ ଓଡିଶା,ସୁସ୍ଥ ଓଡିଶା” କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଛତା ଉପରେଗୁରୁତ୍ୱ ଦେଇଛନ୍ତି । ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ସ୍ୱଛତା ଉପରେ ଗୁରୁତ୍ୱ ଦେବାପାଇଁ ଜିଲ୍ଲାପାଳପରାମର୍ଶ ଦେଇଥିଲେ । ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଂଜରୀ ଦାସ ଯୋଗଦେଇ କହିଲେ ବିଦ୍ୟାଳୟ ଗୁଡିକ ସ୍ୱଛତା ପାଇଁ ପ୍ରାଧାନ୍ୟ ଦେବେ ।

ବିଭିନ୍ନ ମାନଦଣ୍ଡକୁ ଆଧାର କରି ବିଦ୍ୟାଳୟ ଗୁଡିକୁ ମନୋନିତ କରାଯାଇଛି ଓ ସେମାନଙ୍କୁ ପୁରସ୍କୃତ କରାଯାଉଛି । ଆଗାମୀ ଦିନରେ ଅନ୍ୟ ବିଦ୍ୟାଳୟ ଗୁଡିକ ସ୍ୱଛତା ପାଇଁ ଅନୁପ୍ରାଣୀତ ହେବେ । ଏହି ସଭାରେ ସଭାପତିତ୍ୱ କରି ଜିଲ୍ଲା ପ୍ରକଳ୍ପ ସଂଯୋଜକ,ସର୍ବଶିକ୍ଷା ଅଭିଯାନ ସପନ କୁମାର ଜେନା କହିଲେ ସ୍ୱଛତା ରହିଲେ ସ୍ୱାସ୍ଥ୍ୟ ଠିକ୍ ରହିବ ଏବଂ ସ୍ୱାସ୍ଥ୍ୟ ଠିକ୍ ରହିଲେ ସଂପର୍କ ଠିକ୍ ରହିବ । ସ୍କୁଲ ଏକମାତ୍ର ମାଧ୍ୟମ ଯେଉଁଠାରୁ ସ୍ୱଛତା ଆଭିଯାନ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀଙ୍କବ୍ୟବହାର ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଶୈାଚାଳୟ ନିର୍ମାଣ କରାଯାଇଛି ।

ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଯୋଗଦେଇ କହିଲେ ପ୍ରତ୍ୟେକ ବିଦ୍ୟାଳୟରେ ଶୁଦ୍ଧ ପାନୀୟ ଜଳ,ସୁସ୍ଥ ପରିମଳ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସଂପର୍କୀୟ ସଚେତନତା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକାନ୍ତ ଆବଶ୍ୟକତା । ଶୁଦ୍ଧ ପାନୀୟ ଜଳ,ପରିସ୍କାର ପରିଛନ୍ନ ପରିବେଶ ଏବଂ ଶୈାଚାଗାର ରହିଲେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହି ଉତ୍ତମ ଶିକ୍ଷା ଲାଭ କରିପାରିବେ । ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଶୈାଚାଳୟର ଆବଶ୍ୟକତା ରହିଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଶାରିରୀକ ସୁସ୍ଥ ରହିବା ସହିତ ଉତ୍ତମ ଶୈଖିକ ବାତାବରଣ ସୃଷ୍ଟି ହୋଇପାରିବ । ଜଗତସିଂହପୁରରେ ଦିଲ୍ଲୀ ପବ୍ଲିକ ସ୍କୁଲ,ପାରାଦ୍ୱୀପ ଜଗତସିଂହପୁର ତଥା ରାଜ୍ୟର ଏକମାତ୍ର ବିଦ୍ୟାଳୟ ଭାବେ ସ୍ୱଛ ବିଦ୍ୟାଳୟ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଅଛି । ଦିଲ୍ଲୀ ପବ୍ଲିକ ସ୍କୁଲର ଅଧକ୍ଷଙ୍କୁ ଜିଲ୍ଲାପାଳ ୟାମିନୀ ଷଡଙ୍ଗୀ ପୁରସ୍କୃତ କରିଥିଲେ । ଏହି ଅବସରରେ ୪୪ଟି ବିଦ୍ୟାଳୟକୁ ସ୍ୱଛ ବିଦ୍ୟାଳୟ ପୁରସ୍କାର ୨୦୧୭-୧୮ବର୍ଷ ପାଇଁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ଏହି ସଭାରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting