ବୋରିକିନା ୟୁକୋ ବ୍ୟାଙ୍କରେ ସ୍ଥାନ ଓ କର୍ମଚାରୀ ଅଭାବ,ଗ୍ରାହକ ସେବା ବ୍ୟାହତ

An Independent Media

ଜଗତସିଂହପୁର : ବାଲିକୁଦା ବ୍ଲକର ବୋରିକିନାରେ ଥିବା ୟୁକୋ ବ୍ୟାଙ୍କ ଶାଖା ଉପରେ ଏ ଅଂଚଳର ୫୦ଗୋଟି ରାଜସ୍ୱ ଗ୍ରାମର ଉପଭୋକ୍ତା,୬୦୦ରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀ,୪୦୦ରୁ ଉର୍ଦ୍ଧ ପେନସନ୍ଭୋଗୀ ଓ ହଜାର ହଜାର ସଂଖ୍ୟାରେ ବ୍ୟବସାୟୀ ଓ ଜମାକାରୀ ନିର୍ଭର କରନ୍ତି । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାରେ ରିହାତି ଅର୍ଥ ଏହି ବ୍ୟାଙ୍କ ମାଧ୍ୟମରେ ଉପଭୋକ୍ତା ମାନେ ପାଇଥାନ୍ତି । ତେବେ ଏହିସବୁ ଗ୍ରାହକମାନେ ସେବା ପାଇବାରେ କର୍ମଚାରୀ ଅଭାବ ଓ କମ୍ ସ୍ଥାନ ଘୋର ଅନ୍ତରାୟ ସୃଷ୍ଟି କରୁଥିବା ବହୁ ଉପଭୋକ୍ତା ଅଭିଯୋଗ କରିଛନ୍ତି ।

ଏହି ବ୍ୟାଙ୍କ କୁ ସ୍ୱୟଂ ସହାୟିକା ଗୋଷ୍ଠୀର ତିନି,ଚାରୋଟି ଗ୍ରୁପ୍ ଆସିଲେ ସେମାନଙ୍କ କାର୍ଯ୍ୟରେ ପ୍ରାୟ ୫୦ରୁ ୬୦ଜଣ ମହିଳା ବ୍ୟାଙ୍କକୁ ପ୍ରବେଶ କଲାପରେ, ବରିଷ୍ଠ ନାଗରିକ ,ପେନସନ୍ ଭୋଗି ଏବଂ ଅନ୍ୟାନ୍ୟ ଗ୍ରାହକଙ୍କ ପାଇଁ ସ୍ଥାନ ଅଭାବ ହେଉଛି । ବ୍ୟାଙ୍କର ବର୍ଦ୍ଧିତ ଘର ଥାଇ ମଧ୍ୟ ତାହା ବରିଷ୍ଠ ନାଗରିକ,ପେନସନଭୋଗି ଓ ଅନ୍ୟାନ୍ୟ ଜମାକାରୀଙ୍କ ସୁବିଧା ପାଇଁ କାର୍ଯ୍ୟରେ ଲାଗି ପାରୁନାହିଁ । ଏଥି ସହିତ କର୍ମଚାରୀ ଅଭାବ ହେତୁ ଉପଭୋକ୍ତାମାନେ ଉପଯୁକ୍ତ ସେବା ପାଇ ପାରୁ ନାହାନ୍ତି ।

ଏହି ସମସ୍ୟାର ସମାଧାନ ପାଇଁ ବୋରିକିନା ଆଂଚଳିକ କିଷାନ କ୍ଲବର ମୁଖ୍ୟ ସ୍ୱେଚ୍ଛାସେବୀ ବିଷ୍ଣୁଚରଣ ସ୍ୱାଇଁ ଏକ ପତ୍ରରେ ତୁରନ୍ତ ଏହି ବ୍ୟାଙ୍କରେ ଅଧିକ କର୍ମଚାରୀ ନିଯୁକ୍ତି ସହିତ,ବର୍ଦ୍ଧିତ ଗୃହକୁ କାର୍ଯ୍ୟକାରୀ କରିବା ପାଇଁ ୟୁକୋବ୍ୟାଙ୍କ ଜୋନାଲ ମୁଖ୍ୟ ୟୁକୋବ୍ୟାଙ୍କରଚେୟାରମ୍ୟାନ୍ କୋଲକାତା,ଜଗତସିଂହପୁର ଜିଲ୍ଲାପାଳ,ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଦୁଃଖର ବିଷୟ ଏକ ମାସରୁ ଉର୍ଦ୍ଧ ସମୟ ଅତିବାହିତ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ । ପୁନର୍ବାର ପତ୍ର ମାଧ୍ୟମରେ ଏ ସମସ୍ୟାର ସମାଧାନ ପାଇଁ ୟୁକୋବ୍ୟାଙ୍କର ଉଚ୍ଚ ପଦସ୍ଥ ଅଧିକାରୀ,ଜିଲ୍ଲାପାଳ ଜଗତସିଂହପୁର,ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ ପାଇଁ ଦୃଢ ଦାବୀ କରିଛନ୍ତି ।

error: Thank You Keep Visiting