ଅଳଗୁମଠାରେ ସାନିଟାରୀ ମ୍ୟାଟ ପ୍ରୋଜେକ୍ଟ ଉଦ୍ଘାଟନ

An Independent Media

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଳକରେ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ନିର୍ମିତ ପାଇଖାନାକୁ ମହିଳା ସଂଗଠନ ଯୋଗାଇ ଦେବ ମ୍ୟାଟ । ଏଥିପାଇଁ ସେମାନଙ୍କୁ ଯୋଗାଇ ଦିଅଯାଇଛି ଆର୍ଥିକ ଅର୍ଥ । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଠାରେ ସାନିଟାରୀ ମ୍ୟାଟ୍ ପ୍ରକଳ୍ପକୁ ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ବିଡିଓ ଗୌରବ ମୟ ପ୍ରଧାନ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଛନ୍ତି । ସତ୍ୟବାଦୀ ବ୍ଳକର ମିଶନ ଶକ୍ତି ମହାସଂଘ ସହଯୋଗରେ ଅଳଗୁମ ମହିଳା ମହାସଂଘ ଏହାର ଦାୟତ୍ୱ ବହନ କରିଛନ୍ତି ।

ଏଥିପାଇଁ ଜିଲ୍ଲା ଜଳ ପରିମଳ ମିଶନ ପୁରୀ ସହାୟତା ଅର୍ଥ ଯୋଗାଇ ଦେଇଥିବା ଜଣାପଡିଛି । ପ୍ରଥମ ପ୍ରର୍ଯ୍ୟାୟରେ ୩ ଲକ୍ଷଟଙ୍କା ପ୍ରଦାନ କରାଯାଇଥିବା ବେଳେ ବାକି ଦୁଇ ଲକ୍ଷ ଟଙ୍କା ଦୁତୀୟ ପର୍ଯ୍ୟାୟରେ ମିଳିବ ବୋଲି ବିଭାଗୀୟ ଯନ୍ତ୍ରୀ ଅତସି ବାରିକଙ୍କ ଠାରୁ ପ୍ରକାଶ ।

ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବରେ ସିଡିପିଓ ପ୍ରେମବାଲା ତିପ୍ରାଠୀ, ଜିଲ୍ଲା ଜଳ ପରିମଳ ମିଶନ ଯନ୍ତ୍ରୀ ଅତସି ବାରିକ, ସତ୍ୟବାଦୀ ବ୍ଳକର ମିଶନ ଶକ୍ତି ମହିଳା ସଂଘର ସଭାନେତ୍ରୀ ଲକ୍ଷ୍ମୀପିୟା ମହାପାତ୍ର, ମୋଟିଭେଟର ପ୍ରଶାନ୍ତ କୁମାର ବିଶ୍ୱାଳ ଓ ଯୁବ ସଂଗଠକ ଶଙ୍କର ପ୍ରଧାନ ପ୍ରମୁଖ ଯୋଗଦେଇ ମହିଳା ମାନେ ସ୍ୱାବଲମ୍ବୀ ହେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା ସମ୍ପର୍କେ ମତ ପ୍ରକାଶ କରିଥିଲେ ।

error: Thank You Keep Visiting