ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ପ୍ରଶିକ୍ଷଣ ଶିବିର

An Independent Media

ଡେଲାଙ୍ଗ: ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉର୍ଦ୍ଧେଶରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପୁରୀଙ୍କ ପକ୍ଷରୁ ୧୨ ଦିନିଆ ତାଲିମ ଶିବିର ଡେଲାଙ୍ଗ ଷ୍ଟେସନସ୍ଥିତ ବିବେକାନନ୍ଦ ଆଇଟିସି କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ମୁଖ୍ୟ ଅତିଥି ରୁପେ ଯୋଗଦେଇ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍ ଘାଟନ କରି ଆଜିର ପିଲାମାନେ ଚାକିରୀ ପଛରେ ନ ଗୋଡାଇ ନିଜ ମଧ୍ୟରେ ଥିବା ଜ୍ଞାନ କୌଶଳ ପ୍ରୟୋଗ କରି ସଠିକ ସମୟରେ ସଠିକ ମାର୍ଗରେ ଗଲେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ପରାମର୍ଶ ଦେଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ ।

ଏହି ଅବସରରେ ଅନୁଷ୍ଠିତ ସଭାରେ କଲେଜର ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ମ୍ୟାନେଜର ଟି ବଦ୍ରୀନାରାୟଣ ଏହି ଶିକ୍ଷା କେନ୍ଦ୍ରରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ଓ ସରିଯାଇଥିବା ଛାତ୍ର ଛାତ୍ରୀ ମାନେ କିପରି ଛୋଟ ଛୋଟ ନିଜେ କରି ବ୍ୟବସାୟ ଠାରୁ କୃଷି ପର୍ଯ୍ୟନ୍ତ ନିଜ ବୃଦ୍ଧି ପ୍ରୟୋଗ କରି ପାରିଲେ ଡେଲାଙ୍ଗ ବ୍ଳକରୁ ବେକାରୀ ହଟି ପାରିବ ବୋଲି ସେ କହିଥିଲେ ।

ସମ୍ମାନିତ ଅତିଥି ରୂପେ ଡିଆଇସି ଆସିଷ୍ଟାଣ୍ଡ ମ୍ୟାନେଜର ହେମନ୍ତ ନାୟକ, ଓପିଏମଡିସିର ନିର୍ଦ୍ଧେଶକ ରବିନ୍ଦ୍ର କୁମାର ସାହୁ, କଲେଜର ଅଧ୍ୟକ୍ଷ ପ୍ରଭାତ କୁମାର ହରିଚନ୍ଦନ, ଶିଳ୍ପ ବିକାଶ ଅଧିକାରୀ , ଡେଲାଙ୍ଗ ଦେବେନ୍ଦ୍ର ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାବଲମ୍ବୀ ହେବାପାଇଁ ବିଭିନ୍ନ ଦିଗରେ ଉପଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଲେଜର ଦୁର୍ଲ୍ଳବ ନାୟକ, ପୂର୍ଣ୍ଣଚନ୍ଦ୍ର ପରିଡା ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ଭାବରେ ପରିଚାଳନ କରିଥିଲେ ।

error: Thank You Keep Visiting