ତାଳଚେରର ଗୋଡିବନ୍ଧଠାରେ ୧୯ ନଂ ଜୋନ୍ କଂଗ୍ରେସ୍ ର ସାଙ୍ଗଠନିକ ବୈଠକ

An Independent Media

ତାଳଚେର, (ପ୍ରିୟ ମାଧବ ଦାସ): ତାଳଚେର ନିକଟସ୍ଥ ଗୋଡିବନ୍ଧ ଛକ ଠାରେ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୯ ନଂ ଜିଲ୍ଲା ପରିଷଦ କ୍ଷେତ୍ର କଂଗ୍ରେସ୍ ର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ତାଳଚେର ବ୍ଲକ କଂଗ୍ରେସ୍ ସଭାପତି ହାଡିବନ୍ଧୁ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ଅନୁଗୋଳ ଜିଲ୍ଲା କଂଗ୍ରେସ୍ ସଭାପତି ବିପ୍ଳବ ଜେନା, କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ବେହେରା, ପ୍ରଦେଶ କଂଗ୍ରେସ୍ ସଂପାଦକ ବିଜୟ ଚାଉଳିଆ, ଢେଙ୍କାନାଳ ଲୋକସଭା ଯୁବ କଂଗ୍ରେସ୍ ସଭାପତି ସୁବ୍ରତ ଗଡନାୟକ, ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ପବିତ୍ର ନାଏକ, ଅନୁଗୋଳ ଓକିଲ ସଂଘର ସାଧାରଣ ସଂପାଦକ ଜିତୁ ବାବୁ, ୧୮ ନଂ ଜୋନ୍ ର ସଭାପତି ବିମ୍ବାଧର ବେହେରା, ୧୯ ନଂ ଜିଲ୍ଲା ପରିଷଦ କ୍ଷେତ୍ରର ସଭାପତି ବିମଳ ବେହେରା, କାର୍ଯ୍ୟକାରୀ ସଭାପତି ଗିରିଜା ଶଙ୍କର ମିଶ୍ର, ୨୧ ନଂ ଜୋନ୍ ର ସଭାପତି ଦାସରଥି ସାହୁ, ୨୦ ନଂ ଜୋନ୍ ର କାର୍ଯ୍ୟକାରୀ ସଭାପତି ରାହାସ ପଟ୍ଟନାୟକ, ପୂର୍ବତନ ସରପଂଚ ବିରଂଚି ଧର, ପୂର୍ବତନ ସରପଂଚ ଡାକ୍ତର ମହାନ୍ତି, ଉଦୟମଣି ଗଡନାୟକ, ବଂଶିଧର ନାଏକ, ସଂଗ୍ରାମ କେଶରୀ କୁଅଁର, ଅଶୋକ ଦାସ, ପ୍ରମୋଦ ସାହୁ, ସେବାଦଳ ସଂଜୀବ ନାଏକ, ପୂର୍ବତନ ସମିତି ସଭ୍ୟ ରଂଜନ ସେଠୀ, ସୁଧାକର ନାଏକ, ବିରଂଚି ସାହୁ, ଗିରିଶ ସାହୁଙ୍କ ସମେତ ଶତାଧିକ କଂଗ୍ରେସ୍ କର୍ମି ଉପସ୍ଥିତ ଥିଲେ । ଏହି ସଭାରେ କଂଗ୍ରେସ ସଂଗଠନକୁ କିପରି ପଂଚାୟତ ଏବଂ ବୁଥ୍ ସ୍ତରରେ ଦୃଢ଼ କରିବା ପାଇଁ ଆଲୋଚନା କରାଯାଇଥିଲା ।

error: Thank You Keep Visiting