ବିଜେଡିରେ ମିଶିଲେ ଶତାଧିକ ବିଜେପି କର୍ମୀ

An Independent Media

ତାଳଚେର : କଙ୍କିଳିର ବହୁ ବିଜେପି କର୍ମୀ ବିଜେଡିରେ ମିଶିଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟରେ ଆକୃଷ୍ଟ ହୋଇ ତାଳଚେର ନିର୍ବାଚନ ମଣ୍ଡଳୀର କଙ୍କିଳି ଗ୍ରାମପଞ୍ଚାୟତର ବହୁ ପୁରୁଣା ବିଜେପି ସଂଗଠକ ଓ କର୍ମୀ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରଠାରେ ଅନୁଗୋଳ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ତଥା ସ୍ୱାର୍ଥମନ୍ତ୍ରୀ ପ୍ରତାପ ଜେନା ଏବଂ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଉପସ୍ଥିତିରେ ଏହି କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ସେମାନଙ୍କୁ ସ୍ୱାଗତ କରିବା ସହିତ ବିଜେଡିରେ ସେମାନଙ୍କୁ ସାମିଲ କରାଇ ଦଳ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ମିଶ୍ରଣ ଫଳରେ ଦଳ ଶକ୍ତିଶାଳୀ ହେବା ସହିତ ତାଳଚେରରେ ବିଜେଡି ସଂଗଠନ ଅଧିକ ସୁଦୃଢ ହୋଇପାରିବ ବୋଲି ବିଧାୟକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

error: Thank You Keep Visiting