ତାଳଚେରରେ କୋଇଲା କମ୍ପାନୀ ପ୍ରତିଷ୍ଠା ପାଇଁ କୋଇଲା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

An Independent Media

ତାଳଚେର: ତାଳଚେରଠାରେ ଏକ ନୂତନ କୋଇଲା କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପତ୍ର କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଦେଇଥିବା ଜଣାପଡିଛି ।ଏମ୍ସିଏଲ ୧୪୩ ମିଲିୟନ୍ ଟନ୍ କୋଇଲା ୨୦୧୭-୧୮ ଆର୍ଥିକ ବର୍ଷରେ ଉତ୍ପାଦନ କରିଥିବା ବେଳେ କେବଳ ତାଳଚେରରୁ ପ୍ରାୟ ୧୦୦ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହୋଇଛି । ତେଣୁ ତାଳଚେରଠାରେ ଶ୍ରୀଘ୍ର ଏକ କୋଇଲା କମ୍ପାନୀ ପ୍ରତିଷ୍ଠା କରାଗଲେ ଅଞ୍ଚଳର ବିକାଶ ହେବା ସହିତ ଅର୍ଥନୈତିକ ପ୍ରଗତି ହୋଇପାରିବ ବୋଲି ମୂଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାଛଡା ଦେଖାଯାଉଥିବା ବିଭିନ୍ନ ବିସ୍ଥାପିତ ଓ ଥଇଥାନ ସମସ୍ୟା ଗୁଡିକ ସହଜରେ ସମାଧାନ ହୋଇ ପାରିବ ଏବଂ ଉତ୍ପାଦନ ବୃଦ୍ଧି ପାଇବ ବୋଲି ସେ ଉଲ୍ଲେଖ କରିଛନ୍ତି । ତାଳଚେରରେ କୋଇଲା କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଥିବାରୁ ଏହି କମ୍ପାନୀ ପ୍ରତିଷ୍ଠା କରିବାରେ କୌଣସି ଅସୁବିଧାନ ରହିବ ନାହିଁ ବୋଲି ସେ କହିଛନ୍ତି ।

error: Thank You Keep Visiting