ପୌରପାଳିକା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିମନ୍ତେ ଜନଶୁଣାଣୀ ସଭା

An Independent Media

ପାରାଦୀପ : ପାରଦୀପ ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ଏକ ଜନଶୁଣାଣୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭିତରଗଡ ଗ୍ରାମଠାରେ ୫୨ ଏକର ଜମିରେ ୪୨କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପାରଦୀପ ପୌରପରିଷଦର କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ପାଇଁ ପରିବେଶ ମୁଞ୍ଜରୀ ନିମନ୍ତେ ସର୍ବସାଧାରଣ ଜନଶୁଣାଣୀ ସଭା ହୋଇଥିଲା । ଏହି ସଭାରେ ପାରଦୀପ ଅତିରିକ୍ତ ଜିଲ୍ଳାପାଳ କାହ୍ନୁଚରଣ ଧୀର୍, ପରିବେଶ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ମୁକେଶ ମହାଲିଙ୍ଗ, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତୀ ନାୟକ, ପୌରନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ । ଏବଂ ସଭାଶେଷ ହେବା ବେଳକୁ ଜଗତସିଂହପୁର ସାଂସଦ ଡା କୁଳମଣୀ ସାମଲ ବହୁବିଳମ୍ବରେ ସଭାରେ ପହଁଞ୍ଚିଥିଲେ । ଏହି ଜନଶୁଣାଣୀ ସଭାରେ ପାରଦୀପ ପୌରାଞ୍ଚଳ ଏବଂ ପାରଦୀପ ଉପକଣ୍ଠର ବିଭିନ୍ନ ପଞ୍ଚାୟତର ଶତାଧିକ ଲୋକ ଓ ଜନପ୍ରତିନିଧି ଯୋଗଦେଇ ପାରାଦୀପରେ ଶୃଷ୍ଟି ହେଉଥିôବା ପରିବେଶ ପ୍ରଦ୍ୟୁଷଣ ସମ୍ପର୍କରେ ନିଜନିଜର ମତ ପ୍ରଦାନ କରିଥିଲେ । ଏଥିସହ ପାରଦୀପରେ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ପାରଦୀପ ନାଗରିକ ମଞ୍ଚ ଓ ଆହ୍ୱାନ କମ୍ବାଇନ୍ସ ଏବଂ ବିଭିନ୍ନ ସ୍ୱଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ମଧ୍ୟ ଏହି ପ୍ରକଳ୍ପକୁ ସ୍ୱାଗତ କରିବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟପଟେ ପ୍ରସ୍ତାବିତ ପ୍ରକଳ୍ପ ନିକଟସ୍ଥ ରଙ୍ଗିଆଗଡ ଓ ଆଖପାଖ ଗ୍ରାମର ଲୋକମାନେ ଉକ୍ତ ସ୍ଥାନରେ କିମ୍ବା ଜନବସତି ନିକଟରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ସ୍ଥାପନ ନ କରିବା ପାଇଁ ମତ ଦେଇଥିଲେ । ଜଦି ସେହି ସ୍ଥାନରେ ପ୍ରକଳ୍ପ କରାଯାଏ ତେବେ ସ୍ଥାନୀୟ ୩ଟି ପଞ୍ଚାୟତର ଲୋକେ ଏହାକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଥିଲେ । ତେବେ ସମସ୍ତ ଶୁଣାଣୀ ଶେଷ ହେବା ପରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ବିଶେଷଜ୍ଞ ଭାରତ ଭୂଷଣ ନାଗର ଏହି ପ୍ରକଳ୍ପ ଯୋଗୁଁ ଜନସାଧାରଣଙ୍କର କୌଣସି କ୍ଷତି ହେବ ନାହିଁ ବୋଲି ଲୋକମାନଙ୍କୁ ଅବଗତ କରାଇଥିଲେ ।

error: Thank You Keep Visiting