ସଂକଳ୍ପ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏରସମା ବିପ୍ଲବ ଦିବସ ପାଳିତ

An Independent Media

ଜଗତସିଂହପୁର : ଏରସମା ସଦର ମହକୁମାରଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ତରଫରୁ ୭୭ତମ ଏରସମା ବିପ୍ଳବ ଦିବସ ସଭାପତି ଚନ୍ଦ୍ରଜିତ ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଭାରତଛାଡ ଆନ୍ଦୋଳନ ୧୯୪୨ ମସିହା ସେପ୍ଟେମ୍ବର ୬ତାରିଖ ଦିନ ଯେଉଁ ଦିନ ଏରସମାର ସହସ୍ରାଧିକ ଶାନ୍ତି ସେବକ ବାହିନୀ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ଗୁଳି ବନ୍ଧୁକକୁ ନଡରି ବ୍ରିଟିଶ ପରିଚାଳିତ ଥାନାକୁ ସ୍ପଷ୍ଟ ଦିବାଲୋକରେ ନିଆଁ ଲଗାଇ ଦେଇଥିଲେ । ସେଦିନ ଥିଲା ଏରସମା ବାସୀଙ୍କ ପାଇଁ ଭାରତୀୟ ମୁକ୍ତି ଆନ୍ଦୋଳନର କ୍ରାନ୍ତିକାରୀ ଦିବସ । ସେହି କ୍ରାନ୍ତିକାରୀ ମୁକ୍ତି ଆନ୍ଦୋଳନର ଯୋଦ୍ଧାଙ୍କୁ ସ୍ମରଣ କରିବାର ବେଳ ଆସିଛି ବୋଲି ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱୀପ ବିଧାୟକ ଡାଃ.ଦାମୋଦର ରାଉତ,ବରେଣ୍ୟ ଅତିଥି ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟବକ୍ତା ବାଲିକୁଦାର ପୂର୍ବତନ ବିଧାୟକ ଡଃ.ଲଲାଟେନ୍ଦୁ ମହାପାତ୍ର,ସମ୍ମାନୀତ ଅତିଥି ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରଘୁ ନନ୍ଦନ ଦାସ,ଜଗତସିଂହପୁର ପୌରାଧ୍ୟକ୍ଷ ତଥା ଯୁବନେତା ବିପ୍ଳବ ଚୌଧୁରୀ,ଆଇନଜୀବୀ ଡଃ.ସୁଶାନ୍ତ କୁମାର କାନୁନଗୋ, ଶ୍ରମିକ ନେତା ଅଧିକାରୀ ଅମୃତ ଦାସ,ଯୁବନେତା ଶଶୀକାନ୍ତ ପରିଡା,ନୃସିଂହ ଚରଣ ସାହୁ, ତପନ କୁମାର ଗଚ୍ଛାୟତ,ଅକ୍ଷୟ କୁମାର ସ୍ୱାଇଁ,ଖୁଲଣା ସୁନ୍ଦରୀ ସ୍ୱାଇଁ,ଦିପାଞ୍ଜଳୀ ସ୍ୱାଇଁ,ଧିରେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗଦେଇ ଏହି ଗୌରବମୟ ଏ÷ତିହାସିକ ଏରସମା ବିପ୍ଳବର ସ୍ମୃତି ଚାରଣ କରିଥିଲେ । ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ ବିଧାୟକ ଭାବେ ପୁରସ୍କୃତ ହୋଇ ଥିବାରୁ ତାଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଶ୍ରେଷ୍ଠ ସରପଂଚ ଭାବେ କୃଷ୍ଣଚନ୍ଦ୍ରପୁରର ପୂର୍ବତନ ସରପଂଚ ବଲ୍ଲଭାନନ୍ଦ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂକଳ୍ପ ସଂଗଠନ ତର‘ରୁ ସ୍ମରଣିକା ବହ୍ନିଶିଖାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି ସଭାରେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗ ଦେଇଥିଲେ ।

error: Thank You Keep Visiting