ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମରେ ଡିଏମ୍ଏଫରୁ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ଗଲେ ‘ସିପେଟ୍’

An Independent Media

ଅନୁଗୋଳ : ଜିଲ୍ଲା ଖଣିଜ ପାଣ୍ଠିରେ ଖଣି ପ୍ରଭାବିତ ତାଳଚେର, କଣିହାଁ ଓ ଛେଣ୍ଡିପଦା ବ୍ଲକର ପିଲାଙ୍କୁ ପ୍ଲାଷ୍ଟିକ ଇଂଜିନିୟରିଂ କୋର୍ସରେ ନିଯୁକ୍ତି ଭିତ୍ତିକ ଧନ୍ଦାମୂଳକ ପ୍ରଶିକ୍ଷଣ ନିମନ୍ତେ ୧୦୦ ଜଣ ପିଲାଙ୍କୁ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୦ ଜଣଙ୍କୁ ଏକ ସ୍ୱତନ୍ତ୍ର ବସ୍ ଯୋଗେ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନୟରିଂ ଆଣ୍ଟ ଟେକ୍ନୋଲୋଚି (ସିପେଟ୍) କୁ ପଠାଯାଇଛି । ୬ ମାସ ପ୍ରଶିକ୍ଷଣ ନେବାପରେ ରାଜ୍ୟ ବାହାରେ ନିଯୁକ୍ତ ପାଇବା ପାଇଁ ସିପେଟ୍ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଡିଆରଡିଏ କାର୍ଯ୍ୟାଳୟ ପରିସରରୁ ବାହାରିଥିବା ସ୍ୱତନ୍ତ୍ର ବସ୍କୁ ଜିଲ୍ଲାପାଳ ଅନିଲ କୁମାର ସାମଲ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଜଣାଇଥିଲେ । ସଫଳତାର ସହ ପ୍ରଶିକ୍ଷଣ ନେବା ସହ ସ୍ୱାବଲମ୍ବୀ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଆଠମଲ୍ଲିକ ଉପଜିଲ୍ଲାପାଳ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଉମାକାନ୍ତ ରାଜ, ଜିଲ୍ଲା ଖଣିଜ ପାଣ୍ଠିର କର୍ମଚାରୀମାନେ ଉପସ୍ଥିତ ଥିଲେ ।

error: Thank You Keep Visiting