ନାଲକୋ ପାର୍କରେ ହରିଣର ମୃତ୍ୟୁ

An Independent Media

ନାଲକୋ ନଗର : ନାଲକୋ ହରିଣ ପାର୍କରେ ଅଘଟଣ ଘଟିଛି । ସରକାରୀ ନିର୍ଦ୍ଦେଶ ସତ୍ତେ୍ୱ ହରିଣ ସ୍ଥାନାନ୍ତର ହେଉ ନଥିବାରୁ ପାର୍କ ଚର୍ଚ୍ଚାରେ ରହିଥିବା ବେଳେ ଗୋଟିଏ ଅଣ୍ଡିରା ହରିଣର ମୃତ୍ୟୁ ଘଟିଛି । ଖାଦ୍ୟ ଦେବାକ ଆସିଥିବା କର୍ମଚାରୀ ହରିଣ ହଲଚଲ ନ ହୋଇ ପଡି ରହିଥିବା ଦେଖି ଖବର ଦେବାରୁ ପ୍ରାଣୀଧନ ଚିକିତ୍ସକ ପହଞ୍ôଚ ଯାଞ୍ଚ କରିଥିଲେ । ତେବେ ହରିଣଟି ମୃତ୍ୟୁବରଣ କରିଥିବା ସେ ଘୋଷଣା କରିଥିଲେ । ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପାର୍କ ପରସରରେ ହିଁ ପୋତି ଦିଆଯାଇଛି । ଅଳ୍ପ ଜାଗାରେ ଏତେ ସଂଖକ ହରିଣ ରହୁଥିବାରୁ ଏଡାକୁ ଜାତୀୟ ଚିଡିଆଖାନା କର୍ତ୍ତୁପକ୍ଷ ବେଆଇନ ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ହରିଣର ମୃତ୍ୟୁ ଘଟଣା ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହରିଣଙ୍କ ସଂଖ୍ୟା କମି କମି ଯାଉଥିବାରୁ ସଂଖ୍ୟା ଖୁବ୍ଶୀଘ୍ର ଶୂନରେ ପହଞ୍ôଚବ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ପାର୍କ ପାଇଁ ଏକ ଜାଗା ଚିହ୍ନଟ ହୋଇଥିବା ବେଳେ ହରିଣଙ୍କୁ ଶୀଘ୍ର ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା ହେଉଥିବା କର୍ତ୍ତୁପକ୍ଷ କହିଛନ୍ତି ।
ମୃତ୍ୟୁର କାରଣକୁ ନେଇ ମଧ୍ୟ ବିବାଦ ଦେଖା ଦେଇଛି । କାର୍ଡିଆକ୍ ସିନ୍କୋପ୍ ନାମକ ରୋଗରେ ଆକ୍ରାନ୍ତ ହୋଇ ହରିଣର ମୃତ୍ୟୁ ଘଟିଥିବା ଡାକ୍ତର କହିଥିବା ବେଳେ ଦୀର୍ଘ ଦିନ ଧରି ଚିକିତ୍ସା ହୋଇ ପାରି ନଥିବା ଫାଟୁଆ ରୋଗ ପାଇଁ ହରିଣ ମରିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ପୂର୍ବରୁ ହରିଣ ଚାଲିବାରେ କଷ୍ଟ ଅନୁଭବ କରୁଥିବା ବେଳେ କିଛିଦିନ ହେବ ଗୋଟିଏ ଜାଗାରେ ପଡି ରହୁଥିବା ଦେଖା ଯାଇଥିଲା । କେବଳ ଏହି ହରିଣ ନୁହେଁ, ବରଂ ପାର୍କରେ ଥିବା ସମସ୍ତ ହରିଣ ଚାଲିବାରେ କଷ୍ଟ ଅନୁଭବ କରୁଥିବା ପରିଲକ୍ଷିତ ହୋଇଛି । ଫଳରେ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି ।
ସକାଳେ ହରିଣର ମୃତ୍ୟୁ ଖବର ପାଇବା ପରେ ଅନୁଗୋଳ ବଳ ବିଭାଗର କର୍ମଚାରୀ ଉଚ୍ଛବ ପ୍ରଧାନ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ପୂର୍ଣ୍ଣଚନ୍ଦ୍ର ସେଠୀ ଓ ବ୍ୟବଛେଦ କରିଥିବା ଡ଼ା ଦେବାଶିଷ ମହାନ୍ତି ପହଞ୍ôଚଥିଲେ । ମୃତ ହରିଣର ଶବ ବ୍ୟବଚ୍ଛେଦ କରାଯାଇଥିଲା । ପାର୍କ ପରିସରରେ ୩ ଫୁଟ ଗଭୀର ଅଢେଇ ଫୁଟ ଲମ୍ବର ଗାତ ଭିତରେ ପୋତି ଦିଆଯାଇଥିଲା । ୨୦୧୬ ମସିହାରେ ରକ୍ତ ହୀନତା ଯୋଗୁ ଗୋଟାଏ ମାଈ ହରିଣର ମୃତ୍ୟୁ ଘଟିଥିବା ବେଳେ ଏହା ଦ୍ୱିତୀୟ ଘଟଣା । ୨ଟି ହରିଣକୁ ନେଇ ୧୯୯୫ ମସିହାରେ ଆରମ୍ଭ ହୋଇଥିବା ଏହି ପର୍କାରେ ଏବେ ୫୯ ହରିଣ ଅଛନ୍ତି । ହରିଣ ସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ ତାଳଚେର ରାଣୀପାର୍କକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଅଦ୍ୟାବଧି ଏହା ପାଳନ ହୋଇ ପାରି ନାହିଁ । ଫଳରେ ହରିଣମାନେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିବା ବେଳେ ଏବେ ସମସ୍ତ ହରିଣ ଚାଲିବାରେ କଷ୍ଟ ଅନୁଭବ କରୁଛନ୍ତି । ଏହାର ତୁରନ୍ତ ଚିକିତ୍ସା କରାନଗଲେ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଛି ।

error: Thank You Keep Visiting