ପୋଖରିରେ ବୁଡି ଦୁଇ ଛାତ୍ର ମୃତ

An Independent Media

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ମୁଳୁଗାଁ ଗ୍ରାମ ପଞ୍ଚାୟତର ସିଙ୍ଗିରି ଗ୍ରାମର ୨ଜଣ ଛାତ୍ର ପୋଖରିରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯୋଗ୍ୟ ଯେ ସିଙ୍ଗିରି ଗ୍ରାମର ପ୍ରତାପ କୁମାର ରାଉତଙ୍କର ପଞ୍ଚମ ଶ୍ରେଣୀରେ ପଢୁଥିବା ପୁଅ ଆର୍ଯ୍ୟସୁମନ ରାଉତ ୯ବର୍ଷ ଓ ସେହି ଗ୍ରାମର ସରୋଜ ବିଶ୍ୱାଳଙ୍କ ୪ର୍ଥ ଶ୍ରେଣୀରେ ପଢୁଥିବା ପୁଅ ଓମପ୍ରକାଶ ବିଶ୍ୱାଳ ୮ବର୍ଷଙ୍କ ପୋଖରିରେ ବୁଡି ମୃତ୍ୟବରଣ କରିଛନ୍ତି । ୨ଜଣ ଛାତ୍ର ଗାଁର ଏକ ପୋଖରିକୁ ସକାଳେ ଗାଧୋଇବା ପାଇଁ ଯାଇଥିଲେ ସେଠାରେ ସେ ବୁଡିଯାଉଥିବା ଦେଖି ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହି ଗ୍ରାମ ବାସୀଙ୍କୁ ଡାକ ପକେଇଥିଲା । ଗ୍ରାମବାସୀ ଓ ପରିବାର ବର୍ଗ ସେଠାକୁ ଯାଇ ୨ଜଣ ଛାତ୍ରଙ୍କୁ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ ସୁଧା ଡାକ୍ତର ସେଠାରେ ମୃତଘୋଷଣା କରିଥିଲେ ।

error: Thank You Keep Visiting