ଚାକିରୀ ସର୍ତ୍ତବଳୀ ନେଇ ଓଡିଶା ସ୍କୁଲ କଲେଜ କର୍ମଚାରୀ ମିଳିତ ମଞ୍ଚର ବ୍ଲକ ଘେରାଉ

An Independent Media

ଜଗତସିଂହପୁର: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମ·ରୀ ମିଳିତ ମଞ୍ଚ ଜଗତସିଂହପୁର ବ୍ଲକଶାଖା ପକ୍ଷରୁ ଜଗତସିଂହପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ରାଜ୍ୟସରକାର ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷାକର୍ମଚାରୀ ମାନଙ୍କ ମାରଣ ନୀତୀକୁ ବିରୋଧକରି ଆଜି ଶିକ୍ଷକ ମିଳିତ ମଞ୍ଚଧାରଣା ଦେବାସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଜିଲ୍ଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଜିଲ୍ଲାଶାଖାର ସଂପାଦକ ନାରାୟଣ ବାରିକଙ୍କ ନେତୃତ୍ୱରେ ୨୦୦ରୁ ଉଦ୍ଧ୍ୱର୍ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷାକର୍ମଚାରୀ ସୋମନାଥ ହାଟ ପୋଲ ନିକଟରୁ ଏକ ବିଶାଳ ରାଲିରେ ଯାଇ ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡିଓଙ୍କ ଜରିଆରେ ରାଜ୍ୟସରକାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦେଇଥିଲେ । ସେମାନଙ୍କ ଦାବୀ ମଧ୍ୟରେ ଯୋଗ୍ୟବିବେଚିତ ବିଦ୍ୟାଳୟ ଓ କଲେଜକୁ ପ୍ରତ୍ୟେକ୍ଷ ଅନୁଦାନ ପରିସରଭୁକ୍ତ କରାଯାଇ ·କିରୀ ସର୍ତ୍ତାବଳୀ ଲାଗୁକରାଯିବା, ବିଦ୍ୟାଳୟ ମାନଙ୍କର ବାର୍ଷିକ ଦରମା ବୃଦ୍ଧି କରାଯିବା, ପ୍ରଶୃତି ଅନୁଯାୟୀ ସପ୍ତମବେତନ କମିଶନ ଲାଗୁକରାଯିବା, ଅନୁଦାନ ଦେବା ଆଳରେ ସତ୍ୟପାଠ ଉଚ୍ଛେଦ କରାଯିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ପାଇଁ ଲାଗୁ ହୋଇଥିବା ଅନୁକମ୍ପାମୂଳକ ରାଶି ତୁରନ୍ତ ପ୍ରଦାନ କରାଯିବା, ବେସରକାରୀ ·କିରୀ କାଳକୁ ୬୨ବର୍ଷକରାଯିବା ଓ ୬୧୦ସ୍କିମ ବିଦ୍ୟାଳୟକୁ ସରକାରୀ କରଣ କରିବାପ୍ରମୁଖ ଦାବି ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ମନ୍ଦରଧର ସ୍ୱାଇଁ, ସଂପାଦକ ତ୍ରିଲୋଚନ ସାହୁ, କୈଳାସ ଚନ୍ଦ୍ର ସାହୁ, ବିଷ୍ଣୁଚରଣ ମହାପାତ୍ର, ସିଶାନ୍ତ ଦାସ, ଦାମୋଦର ଦାସ, ପ୍ରଶାନ୍ତମୟୀ ଦାଶ, ପଙ୍କଜିନୀ ନନ୍ଦ, ପାର୍ବତୀ ସ୍ୱାଇଁ, ବିଜୟାଲକ୍ଷ୍ମୀ ମହାନ୍ତି, ରମେଶ କୁମାର ମିଶ୍ର, ପ୍ରତାପ କିଶୋର ପରିଜା, ଶ୍ରୀ ନିବାସ ଦାସ, ରମେଶକୁମାର ବିଶ୍ୱାଳ, ଶୁଭେନ୍ଦୁ ମୌଳୀ ନନ୍ଦ, ଜ୍ଞାନରଂଜନରାଉତ, ବିଷ୍ଣୁଚରଣ ଦାସ, କଲ୍ୟାଣୀ ଶତପଥି, ଲୋଚନ କୁମାର ପତି, ରବିନାରାୟଣ ରଥ, ବିଜୟକୁମାର ବସ୍ତିଆ, ପୀତାମ୍ବର ସାହୁ, ପ୍ରଦୀପକୁମାର ଦାଶ, ଅମୀୟକୁମାର ଦାଶ, ସୌରୀପ୍ରସାଦ ଲେଙ୍କା, ରବିନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ପରି·ଳନା କରିଥିଲେ । ଏଥିରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଯୋଗଦେଇଥିଲେ ।

error: Thank You Keep Visiting