ବିଷ୍ଣୁ ଓ ପ୍ରଶାନ୍ତଙ୍କ କୁଷପୁତ୍ତଳିକା ଦାହକଲେ ଦାମଙ୍କ ସମର୍ଥକ, ବିଷ୍ଣୁଙ୍କ ଅନୁଗତ୍ୟ ଧରାସାଇ
ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ କଟକ – ପାରାଦ୍ୱିପ ରାସ୍ତାର ମଣିଜଙ୍ଗା ଗଣେଷ ମଣ୍ଡପ ନିକଟରେ ଆଜି ଅପରାହ୍ନ ୫ଟାରେ ପାରାଦ୍ୱିପ ବିଧାୟକ ଡ଼. ଦାମୋଦର ରାଉତଙ୍କ ସମର୍ଥକମାନେ ବିଷ୍ଣୁ ଓ ପ୍ରଶାନ୍ତଙ୍କ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁମିଳିଥିଲା । ପାରାଦ୍ୱିପ ବିଧାୟକ ଡ଼ା. ରାଉତଙ୍କ ବିରୋଧରେ ଦଳର ସୁପ୍ରିମୋ ନବିନ ପଟ୍ଟନାୟକଙ୍କ ନିକଟରେ ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା – ଏରସମା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଅଭିଯୋଗ କରିଥିଲେ ।
ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାର ବିଜେଡ଼ି ଦଳରେ ବିରାଟ କନ୍ଦଳ ଆରମ୍ଭ ହୋଇଛି । ରାଜ୍ୟର ମୁଖିଆ ତଥା ବିଜେଡ଼ି ଦଳର ହାଇକମାଣ୍ଡ ଅନୁଶାସନକୁ ଜଗତସିଂହପୁର ଜିଲ୍ଲାରେ ଅବମାନନା କରାଯାଉଛି । ଜିଳ୍ଲା ବିଜେଡ଼ିରେ ତୁଙ୍ଗ ନେତାମାନେ ନବିନଙ୍କ କବାଟକୀଳା ନିର୍ଦ୍ଦେଶକୁ ଭୁଲି ଦଳଭିତରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ।
ଯାହା ଏବେ ଧିରେ ଧିରେ ତୀବ୍ର ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ ମଣିଜଙ୍ଗା ସରପଞ୍ଚ ମମତା ସାହୁ, ସଂଶାଶୁ ଶେଖର ଦାସ, ମନୋଜ କୁମାର ଜେନା, ମନୋଜ କୁମାର ବେହେରା, ସୂର୍ଯ୍ୟନାରାୟଣ ବେହେରା(କାଳିଆ), ସୁନିତା ସାମନ୍ତରାୟ, ଉପେନ୍ଦ୍ର ମହାନ୍ତି, ଆଶିଷ ସେଠୀ, ଅଭୟ ସାହୁ, ଧିରେନ କୁମାର ସ୍ୱାଇଁ ଶରତ ଦାସ, ଜଗନ୍ନାଥ ପଣ୍ଡା, ବାବୁନା ସୁତାର, ପବିତ୍ର କୁମାର ମଲ୍ଲିକ, ସୁନିଲ କୁମାର ନାଥ, ଜିତେନ୍ କୁମାର ନାଥ, ବିକାଶ ଦାସ, ରୂପା ନାଥ, ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସମେତ ଶତାଧିକ ଦାମ ସମର୍ଥକ ଯୋଗଦେଇ କୁଶପୁତ୍ତଳିକା ଦାହ କରିଥିଲେ ।