କଟରା ପଞ୍ଚାୟତର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ

An Independent Media

ତିର୍ତ୍ତୋଲ: ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଞ୍ଚାୟତ, ପଟିଲୋ, ଗରାମ ଆଦି ପଞ୍ଚାୟତର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ଦେଖବବାକୁ ମିଳିଛି । ହଂସୁଆ ନଦୀର ଇଟାଙ୍ଗ ସଫେଇ ମଧ୍ୟକୁ ନଦୀର ଉଦ୍ବୃତ୍ତ ଜଳ ପ୍ରବେଶ ସହିତ ଲଗାଣ ବର୍ଷା ଯୋଗେ ଚାଷ ସଂପୂଣ୍ଣ ଉଜୁଡ଼ି ଯାଇଛି । ଅନେକ ଗ୍ରାମ ରାସ୍ତାରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ସ୍ଥାନୀୟ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ ଏହି ଅଞ୍ଚଳ ଗ୍ରସ୍ତକରି ଦୟନୀୟ ଅବସ୍ଥାର ଅନୁଧ୍ୟାନ କରି ଜିଲ୍ଲାପ୍ରଶାସନକୁ ଅବଗତ କରାଇଥିଲେ । ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ପିଡ଼ିତ ଲୋକମାନଙ୍କର ସମସ୍ୟା ପ୍ରଶାସନ ଦ୍ୱାରା ସମାଧାନ ନହେଲେ ନବନିର୍ମାଣ କୃଷକ ସଂଗଠନ ସହିତ କ୍ଷତିଗ୍ରସ୍ତ ପ୍ରଭାକର ସାହୁ, ବଂଶିଧର ନାୟକ, କୌଳାସ ଚନ୍ଦ୍ର ସ୍ୱାଇଁ, ଶ୍ୟାମସୁନ୍ଦର ନାୟକ, ଦିନବନ୍ଧୁ ଆଚାର୍ଯ୍ୟ, ନରେନ୍ଦ୍ର ସାହୁ, ବାଇଧର ବଳ, ଦୟାନିଧି ବାରିକ୍, କୃଷ୍ଣ ଚନ୍ଦ୍ର ବାରିକ୍ଙ୍କ ସମେତ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବବୋଲି ଚେତାବନୀ ଦେଇଛନ୍ତି । କଟରା, ଧୂସାଳୋ, ସୁମଙ୍ଗ, ଗୋପାଳପୁର, ଜଜାଙ୍ଗ, ଇଟାଙ୍ଗ, କଢ଼ାଙ୍ଗ, ବେଗୁନିଆ, କୋରକର, ମର୍ଦ୍ଦୋଳ, ଦୁର୍ଦ୍ଦା ସହିତ ପଠିଲୋ, ପଞ୍ଚାୟତର ଶେଉଳ, ଅଢ଼ଙ୍ଗ, ନନ୍ଦନ, ଆଏମା, ଧୋତି ଏବଂ ଗରାମ ପଞ୍ଚାୟତର ରଙ୍କେଇ, ବଡ଼ିଜଙ୍ଗା, ଭାରସୋଳ ଗ୍ରାମ ଓ ଚାଷଜମୀ ଗୁଡ଼ିକ ଜଳମଗ୍ନ ଅବସ୍ତାରେ ରହିଛି ।

error: Thank You Keep Visiting