ଦାଇଁଲୋ ସେବା ସମବାୟ ସମିତରେ ଦୁର୍ନିତୀ : ପରିଚାଳନା କମିଟି ସମ୍ପାଦକଙ୍କୁ ବହିଷ୍କାର

An Independent Media

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକଙ୍କ କାର୍ଯ୍ୟକଳାପରେ ଦୁର୍ନିତୀକୁ ନେଇ ଦାଇଁଲୋ ସେବା ସମବାୟ ସମିତିର ପରିଚାଳନା କମିଟି ଗତ ମାସ ୨୧ ତାରିଖ ଦିନ ତାଙ୍କ ସମ୍ପାଦକ ପଦବୀକୁ ବହିସ୍କୃତ କରିଛନ୍ତି । ଦାଇଁଲୋ ସେବା ସମବାୟ ସମିତିର ସମ୍ପାଦକ ଗଗନ ବିହାରି ସ୍ୱାଇଁ ଚାଷୀ ମାନଙ୍କୁ ଋଣ କରାଇଦେବା ଆଳରେ ଅର୍ଥ ଆଦାୟ କରିବା, ମଣ୍ଡିରେ ଧାନ ଦେବାପାଇଁ ଉପଯୁକ୍ତ ଚାଷୀଙ୍କୁ ପଞ୍ଜିକରଣ କରାଇନଦେବା, ସମିତର ସଭା ରେଜୁଲେସନ ଖାତାରେ ସଭାପତିଙ୍କ ସ୍ୱାକ୍ଷରକୁ ଜାଲ କରିବା, ଧାନ ମଣ୍ଡିରେ ଅଣ ଚାଷୀଙ୍କୁ ଧାନ ଦେବାପାଇଁ ସୁଯୋଗଦେଇ ସେମାନଙ୍କ ଠାରୁ ୨ ଶହ ଟଙ୍କା ଲେଖାଁଏ ଆଦାୟ କରିବା, ବର୍ତ୍ତମାନ ନିର୍ମାଣ କରାଯାଉଥିବା ସମିତି ଗୃହର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରି ଅର୍ଥ ଆତ୍ମସାତ କରିବା, ସମବାୟ ଆପଣଙ୍କ ଦ୍ୱାର ଦେଶରେ କାର୍ଯ୍ୟକ୍ରମକୁ ଚାଷୀ ଓ ସଭ୍ୟମାନଙ୍କ ଅଗୋଚରରେ ନିଜ ମନମୁଖି କାଗଜ ପତ୍ର ପ୍ରସ୍ତୁତି କରିବାଭଳି ବିଭିନ୍ନ ଦୁର୍ନିତୀମୁଳକ କାର୍ଯ୍ୟକୁ ନେଇ ପରିଚାଳନା କମିଟି ଅଭିଯୋଗ ଉଠାଇଛି ।

ଏହି ଦୁର୍ନିତୀ ଘଟଣାକୁ ନେଇ ପରିଚାଳନା କମିଟିର ସଭ୍ୟମାନଙ୍କ ନିଷ୍ପତି କ୍ରମେ ଗତ ୧୩.୮.୨୦୧୮ ତାରିଖରେ ସମ୍ପାଦକ ଶ୍ରୀଯୁକ୍ତ ସ୍ୱାଇଁଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା । ୭ ଦିନ ମଧ୍ୟରେ ଶ୍ରୀ ସ୍ୱାଇଁଙ୍କ ବିରୋଧରେ ଆସିଥିବା ଦୁର୍ନିତୀ ଅଭିଯୋଗକୁ ସନ୍ତୋଷ ଜନକ ଓ ନ୍ୟାୟ ସଙ୍ଗତ ତଥା ଲିଖିତ ଉତ୍ତର ମିଳିନଥିଲା । ଯାହାକୁ ନେଇ ପରିଚାଳନା କମିଟିର ସଭାପତି ନରେନ୍ଦ୍ର କୁମାର ସାହୁ, କ୍ଷୀରୋଦ କୁମାର ଜେନା, ନିରଞ୍ଜନ ଦାସ, ଶ୍ରୀମନ୍ତ ସାହୁ, ବିଶ୍ୱନାଥ ପଣ୍ଡା, ବସନ୍ତ ଭୋଇ, ବିନୋଦ ବିହାରି ଶତପଥି, ତ୍ରିଲୋଚନ ବେହେରା, ପ୍ରମୋଦ ବେହେରା, ସୁରେନ୍ଦ୍ର ନାଥ ସାହୁ, ସୁବାଷ ଜେନା, ରାମ ଚନ୍ଦ୍ର ସାହୁ ପ୍ରମୁଖ ଗତ ୨୧.୮.୨୦୧୮ରେ ଏକ ବୈଠକ ଡ଼କାଇ ସମ୍ପାଦକ ଶ୍ରୀ ସ୍ୱାଇଁଙ୍କୁ ସର୍ବସମତି ନିଷ୍ପତି କ୍ରମେ ତାଙ୍କ ପଦବୀରୁ ବହିଷ୍କାର କରିଥଲେ ।

ପରିଚାଳନା କମିଟି ତରଫରୁ ଜଗତସିଂହପୁର ଜିଲ୍ଲାପାଳ, କଟକ ଡ଼ି.ଆର.ସି.ଏସ., ଡ଼ିଭିଜନ -୨, ରେଜିଷ୍ଟର ଅଫ କୋ-ଅପରେଟଇଭ୍ ସୋସାଇଟି, ଓଡ଼ିଶା, ଆସିଷ୍ଟାଣ୍ଡ ରେଜିଷ୍ଟାର କୋ-ଅପରେଟିଭ୍ ସୋସାଇଟି, ଜଗତସିଂହପୁର ସର୍କଲଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଟାନ ନିମନ୍ତେ ଦିଆଯାଇଥିଲା । ଏ ସମ୍ପର୍କରେ ଆସିଷ୍ଟାଣ୍ଡ ରେଜିଷ୍ଟର କୋ-ଅପରେଟିଭ୍ ସୋସାଇଟି, ଜଗତସିଂହପୁରର ରଞ୍ଜନ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଲେଯେ କୌଣସି ଦୁର୍ନିତୀ ସମ୍ପର୍କୀତ ଅଭିଯୋଗ ପରିଚାଳନା କମିଟିର ହସ୍ତକ୍ଷେପ ହେଲେ ପରିଚାଳନା କମିଟି ସମ୍ପଦକଙ୍କୁ ପଦବୀରୁ ବହିସ୍କୃତ କରିପାରିବେବୋଲି କହିଥିଲେ । ଆଜି ଦାଇଲୋ ସେବା ସମବାୟ ସମିତରେ ଉପରୋକ୍ତ ଅଭିଯୋଗକୁ ଭିତ୍ତିକରି ସମବାୟ ସଞ୍ଚାଳକ ଅଧିକାରୀ ରଞ୍ଜତି ସାହୁ ତଦନ୍ତ କରିବାକୁ ଆସିଥିଲେ ।

ପୂର୍ବ ଯୋଜନାଅନୁସାରେ କିଛି ମଦ୍ୟପ ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଅଧିକାରୀଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ଯାହାଫଳରେ ଅଧିକାରୀ ରଞ୍ଜିତ କୁମାର ସାହୁ ତଦନ୍ତ ଅଧାକରି ଚାଲିଯାଇଥିଲେ । ଅପରପକ୍ଷରେ ଅଫିସର ରାଜନୈତିକ ଚାପରେ ରହି କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଜଣାପଡ଼ିଛି । ଦାଇଲୋଁ ସେବା ସମବାୟ ସମିତିର ସମ୍ପାଦକ ଗଗନ ବିହାରି ସ୍ୱାଇଁଙ୍କ ନାମରେ ବିଜେପି ଓ ନବନିର୍ମାଣ କୃଷକ ସଂଗଠନର ସଦସ୍ୟ ମାନେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ପୂର୍ବରୁ ଅଧିକାରୀ ଶ୍ରଯୁକ୍ତ ସାହୁଙ୍କୁ ସମ୍ପାଦକଙ୍କ ବିରୋଧରେ ଦିଆଯାଇଥିବା ଅଭିଯୋଗର କୌଣସି କାର୍ଯ୍ୟାନୁଷ୍ଠାନ ନନେଇଥିବାବେଳେ ଆଜି ବିଜେପି ସାଧାରଣ ସମ୍ପାଦକ ବିଜୟ କୁମାର ଦାଶ, ବିରଜାମୋହନ ମହାପାତ୍ର, ପ୍ରଶାନ୍ତ ପଣ୍ଡା, ମାୟାଧର ସାହୁ, ଶୁସାନ୍ତ ରାଉତ, ଇନ୍ଦ୍ରମଣି ମହାନ୍ତି, ମନୋରଞ୍ଜନ ଦାଶ, ଦେବପ୍ରସାଦ ଦାଶ, ପୁରସ୍ତମ ଦାସ ପ୍ରମୁଖ ଅଭିଯୋଗ ଜଣାଇଛନ୍ତି ।

error: Thank You Keep Visiting