ବିଧାୟକ ଭାଇଙ୍କୁ ଇନ୍ଦିରା ଆବାସ ଯୋଜନା; ନିର୍ବାଚନମଣ୍ଡଳୀରେ ୭୦% ପରିବାର କୁଡିଆରେ

An Independent Media

ଅନୁଗୋଳ : ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର ଆଠମଲ୍ଲିକ ବ୍ଲକ ଓ ଏନ୍.ଏ.ସି କୁ ନେତି ସମ୍ବଲପୁର ଲୋକସଭା କ୍ଷେତ୍ରର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗରୁ କଂଗ୍ରେସ ସରକାର ସମୟରେ ବିଧାୟକ ଅମର ପ୍ରଧାନ ମନ୍ତ୍ରୀ ହୋଇଥିଲେ । ବିଜେଡି ସରକାର ସମୟରେ ମନ୍ତ୍ରୀ ହୋଇଥିଲେ ନଗେନ୍ଦ୍ର ପ୍ରଧାନ ଓ ସଂଜିବ ସାହୁ । ବର୍ତ୍ତମାନ ବିଧାୟକ ସଂଜିବ ସାହୁ, ବ୍ଲକର ପ୍ରାୟ ୧୨ ରୁ ଉଦ୍ଧ୍ୱର୍ ଦଳୀୟ ସରପଞ୍ଚ ବିରୋଧ କରୁଛନ୍ତି । ପ୍ରକାଶ ଥାଉକି ଜିଲ୍ଲାରେ ଚର୍ଚ୍ଚାର ବିଷୟ କିଶୋର ନଗର ପଞ୍ଚାୟତ ସମିତିିର ହିମିତିରା ଗ୍ରାପର ଘୋଷରା ଗ୍ରାମର ସୂର୍ଯ୍ୟ ସାହୁ ଜଣେ ପୁଞ୍ଜିପତି, ବିଧାୟକଙ୍କ ବଡ ଭାଇ । ବିଧାୟକଙ୍କ ଚାପରେ ବଡଭାଇ ସୂର୍ଯ୍ୟ ସାହୁଙ୍କୁ ୭୦,୦୦୦ ଟଙ୍କା ବ୍ୟୟରେ ଏକ ଇନ୍ଦିରା ଆବାସ ଯୋଜନା ମଂଜୁର ହୋଇଛି ।

ସାଧାରଣରେ ଆଲୋଚନା ବିଧାୟକ ନିଜ ଭାଇଙ୍କ ନାମରେ କରୁଛନ୍ତି । ଦୁଃଖର ବିଷୟ ନିର୍ବାଚନମଣ୍ଡଳୀରେ ପ୍ରାୟ ୭୦% ଭାଗ ପରିବାର କୁଡିଆରେ ରହୁଛନ୍ତି, ତାଙ୍କ ପ୍ରତି ନଜର ନାହିଁ । ବିଜେଡି ପର୍ଯ୍ୟବେକ୍ଷକ – ତଥା ମନ୍ତ୍ରୀ ପ୍ରତାପ ଜେନା ସ୍ୱତନ୍ତ୍ର ଭାବରେ ନଜର ଦିଅନ୍ତୁ । ଆଠମଲ୍ଲିକ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ମନ୍ତ୍ରୀଙ୍କ ଅଛି ।
error: Thank You Keep Visiting